
—————————————————
କେନ୍ଦୁଝର ,..,(ରୁଦ୍ର ନାରାୟଣ ଲୋହାର)ଧରଣୀଧର ବିଶ୍ବ ବିଦ୍ୟାଳୟ କେନ୍ଦୁଝର ପାଠାଗାର ସଭାଗୃହରେ ଓଡିଶା ଦର୍ଶନ ଓ ଯୁବଭାବିନିମୟ ଅଭିଯାନରେ ଆସିଥିବା ଅଭିଯାତ୍ରୀ ମାନଙ୍କୁ ବିଭିନ୍ନ ଦଖିଣ ଓଡିଶାର ବିଶ୍ବ ବିଦ୍ୟାଳୟରୁ ଆସିଥିବା ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ବ ବିଦ୍ୟାଳୟର କୁଳପତି ଡା.ପ୍ରତାପ ଚନ୍ଦ୍ର ମହନ୍ତି ଅଧ୍ୟକ୍ଷତା କରିଥିଲେ।କରାପୁଟ,ମାଲକାନଗିରି ର ଜଳବାୟୁ କେନ୍ଦୁଝର ର ଜଳବାୟୁ ସାମଜ୍ୟତା ରହିଛି।କେନ୍ଦୁଝର ଜିଲ୍ଲା ପ୍ରାକୃତିକ ସୈାଦର୍ଯ୍ୟ,ଝରଣା,ଜଳପ୍ରପାତ,ଘଞ୍ଚ ଜଙ୍ଗଲ,ପାହାଡ ପର୍ବତ ଏବଂ ମା’ ତାରିଣୀ ଙ୍କ ମନ୍ଦିର ରାଷ୍ଟ୍ର ଦେବତା ବଳଦେବଜୀଉ ଙ୍କ ମନ୍ଦିର ବେଶ ଆକର୍ଷଣୀୟ।ତାର ଫୋଟ ଉତ୍ତୋଳନ ପରେ ଭିଡିଓ ପ୍ରସ୍ତୁତ କରି ବାଣ୍ଟିଲେ ଭାବର ଆଦାନ ପ୍ରଦାନ ସହଜ ହୋଇ ପାରିବ।କାର୍ଯ୍ୟକ୍ରମରେ ଓଡିଶାଗାନ୍ଧୀ ବିଚାର ପରିଷଦ ଅଧ୍ୟକ୍ଷ ତଥା କେନ୍ଦୁଝର ନଗରିକ ମଞ୍ଚର ବରିଷ୍ଠ ସଦସ୍ୟ ଗାନ୍ଧୀତତ୍ବବିତ୍ ଶ୍ରୀ ଭକ୍ତବତ୍ସଳ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟସେବା ଯୋଜନା ଗାନ୍ଧୀ ଙ୍କ ସ୍ବପ୍ନଥିଲା ବୋଲି କହିଥିଲେ।ଜାତୀୟସେବା ଯୋଜନାର ସମସ୍ତ ଯୁବସ୍ବେଚ୍ଛାସେବୀମାନେ ଦିନର ଅଷ୍ଟପ୍ରହର ସେବା କରିବା ପାଇଁ ଜାଗ୍ରତ ରହିବାକୁ ଜାତୀୟସେବା ଯୋଜନା ଆହ୍ବାନ କରୁଛି।ଗାନ୍ଧୀଜୀ ଙ୍କ ଜନ୍ମ ଶତବାର୍ଷିକ ସମୟରେ ୧୯୬୯ରେ ଜାତୀୟସେବା ଯୋଜନାର ର ଶୁଭାରମ୍ଭ ହୋଇଥିଲା।ବ୍ୟକ୍ତିକ୍ତ ନିର୍ମାଣ,ଚରିତ୍ର ଗଠନ,ସେବାମନଭାବ ସ୍ବେଚ୍ଛାସେବୀ ହୋଇ ଗୋଷ୍ଠୀରେ ଗ୍ରାମର ବିକାଶ ଏହି ଯୋଜନା ଉଦ୍ଧିଷ୍ଟ।ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କଳାହାଣ୍ତି,କିସବିଶ୍ବ ବିଦ୍ୟାଳୟ,ଭୁବନେଶ୍ବର,ବ୍ରହ୍ମପୁର ବିଶ୍ବବିଦ୍ୟାଳୟ,ଭଞ୍ଜନଗର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୩୫ଜଣ ଯୁବସ୍ବେଚ୍ଛାସେଵୀ ଏହି ଅଭିଯାତ୍ରୀ ଦଳରେ ସାମିଲ ହୋଇଛନ୍ତି।ଜାତୀୟସେବା ଯୋଜନା ଅଧିକାରୀ ଶ୍ରୀମତୀ ଅନିତା କୁମାରୀ ପଣ୍ତା ଙ୍କ ନେତୃତ୍ବରେ ଅନ୍ୟାନ୍ୟଅଧିକାରୀ ଶ୍ରୀ ତ୍ରିଲୋଚନ ସାହୁ,ସୂର୍ଯ୍ୟନାରାୟଣ ମହାନ୍ତି,ଶ୍ରୀ ଚିତ୍ତରଞ୍ଜନ ସାହୁ,ଶ୍ରୀରାଜେନ୍ଦ୍ର ଗହିୟାର ପ୍ରମୁଖ ଅଭିଯାତ୍ରୀ ମାନଙ୍କ ର ମାର୍ଗ ଦର୍ଶନ ଦେଇଥିଲେ।ଧରଣୀଧର ବିଶ୍ବ ବିଦ୍ୟାଳୟର ପିଜି କାଉଁସିଲର ଚେୟାରମ୍ୟାନ ଡା.ପ୍ରଭୁପ୍ରସାଦ ଦାସ ଜାତୀୟସେବା ଯୋଜନା ବ୍ୟୁର ଡା. ସରିତା ନାୟକ,ଡା.ସୁନିଲ କୁମାର ସାହୁ ଓ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଦିନେଶ କୁମାର ଦାଶ ଉପସ୍ଥିତରହି ଭାବବିନିମୟ ପରିଚାଳନା କରିଥିଲେ।ଛାତ୍ରଛାତ୍ରୀମାନେ ନିଜ ନିଜ ଅନୁଭୂତି ବାଣ୍ଟିଥିଲେ।କେନ୍ଦୁଝର ଜିଲ୍ଲାରେ ତିନିଦିନିଆ କାର୍ଯ୍ୟକ୍ରମ ରହିଛି ବୋଲି ଡା. ସରିତା ନାୟକ ଜଣାଇଛନ୍ତି।ଧରଣୀଧର ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ଅଭିଯାତ୍ରୀ ଙ୍କୁ ଗାନ୍ଧୀ ପୁସ୍ତକ ବଣ୍ଟନ କରାଯାଇଥିଲା।