
ଫେରୋକ୍ରୋମ କାରଖାନା କର୍ତ୍ତ୍ତୃପକ୍ଷ ଙ୍କ ଶିକ୍ଷା ଓ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ଜନ ଅସନ୍ତୋଷ
କୋରେଇ, (ନିପ୍ର) ବ୍ୟାସନଗରର କ୍ରୋମନଗର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତର କୁ ସ୍କୁଲସୁରକ୍ଷା କମିଟି, ଜନପ୍ରତିନିଧି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ବିରୋଧ କରିଆସୁଥିବା ସମୟରେ କାରଖାନା ର ୟୁନିଟହେଡ ଗତ କାଲି କାରଖାନା ଗେଷ୍ଟହାଉସ ରେ ଏକ ମିଳିତ ଆଲୋଚନା ସଭା ହୋଇଥିଲା |ଏହି ସଭାରେ ବିଦ୍ୟାଳୟ ସୁରକ୍ଷା କମିଟି ର ସଭାପତି ତଥା ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀ ପୀତବାସ ମିଶ୍ର, ଉପସଭାପତି ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଇନ୍ଦ୍ରମଣି ଭୂୟାଁ, ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ନେତା ଶ୍ରୀ ସଂଗ୍ରାମ କେଶରୀ ପହି, ବ୍ୟାସନଗର ସହରର ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ବିଦ୍ୟାଧର ମହାନ୍ତି, ବ୍ୟାସନଗର ପୌରପାଳିକାର ଏକ ନମ୍ବର ୱାର୍ଡ ର କାଉନସିଲର ଶ୍ରୀ ବିଜୟ କୁମାର ଜେନା, ଦୁଇ ନମ୍ବର ୱାର୍ଡ ର କାଉନସିଲର କୁନି ହାଁସଦା, ତିନି ନମ୍ବର ୱାର୍ଡ ର କାଉନସିଲରଙ୍କ ପ୍ରତିନିଧି ଶ୍ରୀ ଅନୁପ କୁମାର ନାୟକ, ଓ ପୁରାତନ ଛାତ୍ର ପ୍ରତିନିଧି, ତଥା ଫେରୋକ୍ରୋମ କାରଖାନା ର ୟୁନିଟ୍ ହେଡ୍ ଶ୍ରୀ ରଶ୍ମିରଂଜନ ପରିଡା, ଓ .ଏମ.ସି ଲିମିଟେଡ ଯାଜପୁରରୋଡ ର ଡିଜିଏମ ଶ୍ରୀ ଦେବାଶିଷ ସାମଲ, ସ୍କୁଲ ସୁରକ୍ଷା କମିଟି ର ସମସ୍ତ ସଦସ୍ୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ |ସୁରକ୍ଷା କମିଟି ପାଞ୍ଚ ଦଫା ଦାବି ଉପସ୍ଥାପନ କରିଥିଲେ |ୟୁନିଟହେଡ଼ ତାଙ୍କ ଜିଦିରେ ଅଟଳ ରହି ଯେ କୌଣସି ପରିସ୍ଥିତି ରେ ସ୍କୁଲ ସ୍ଥାନାନ୍ତର ହେବା ସପକ୍ଷରେ ଯୁକ୍ତି ବାଢିଥିଲେ |ସ୍କୁଲ ସ୍ଥାନାନ୍ତର ହେଲେ ବିରାଟ ଜନ ଆନ୍ଦୋଳନ ହେବ ଓ ସ୍କୁଲକୁ ଇଞ୍ଚେ ଘୁଞ୍ଚାଇ ଦେବେ ନାହିଁ ବୋଲି ସୁରକ୍ଷା କମିଟି,ଅଭିଭାବକ, ଛାତ୍ର ପ୍ରତିନିଧି, କାଉନସିଲର ମାନଙ୍କ ସହିତ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କହିଥିଲେ |ଓଡିଶା ର ମୁଖ୍ୟମନ୍ତ୍ରୀ ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ଅଗ୍ରାଧିକାର ଦେଉଥିବା ବେଳେ ୟୁନିଟହେଡଙ୍କର ଏ ଶିକ୍ଷା ଓ ଶିକ୍ଷକ ମାରଣ ନୀତି କାହିଁକି? ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଅଧିକାର ଆଇନକୁ ୟୁନିଟହେଡ କାହିଁକି ଉଲଂଘନ କରୁଛନ୍ତି?ଏଭଳି ନିନ୍ଦନୀୟ କାର୍ଯ୍ୟ କାରଖାନା କର୍ତ୍ତ୍ତୃପକ୍ଷ ଯଦି କରନ୍ତି ଆଗାମୀ ଦିନରେ ଏକ ଦୁର୍ବାର ଜନ ଆନ୍ଦୋଳନ ହେବା ନିଶ୍ଚିତ |