ଖାଦ୍ୟରେ ପୋକ ଛତୁଆ ଯୋଗାଣରେ ଦୁର୍ନିତୀ l
ଯାଜପୁର /ବଡ଼ଚଣା। (ନିପ୍ର )ଛତୁଆ ରେ ସାଲୁ ବାଲୁ ହେଉଛନ୍ତି ପୋକ ବାଦାମ ଲଡ଼ୁରେ ମାଡିଗଲାଣି ଫିମ୍ପି ଓ ନlଙ୍ଗୁଡ଼| ପୋକ l ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ସହ ଖେଳ ଖେଳୁଛି ସରକାର l ପୁଷ୍ଟିକର ଖାଦ୍ୟ ନାରେ ଦିଆ ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ | ଭଲ କରି ଦେଖନ୍ତୁ ଏହି ଚିତ୍ରକୁ l ଛତୁଆ ଓ ବାଦାମ ଲଡ଼ୁ ନାଁରେ ବିଷ ବାଣ୍ଟୁଛି ଅଙ୍ଗନବାଡ଼ି କେନ୍ଦ୍ର ଛତୁଆ ରେ ବୁଲୁଛନ୍ତି ପୋକ ଫିମ୍ପି ମାରି ଗଲାଣି ବାଦାମ ଲଡ଼ୁ l ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ l ବର୍ଷ ବର୍ଷ ଧରି ଛତୁଆ ବଣ୍ଟନକାରୀ ୟୁନିଟକୁ ଏତେ ଅନୁକମ୍ପା କାହିଁକି? l ସେପଟେ ଛତୁଆ ବଣ୍ଟନକାରୀ ୟୁନିଟ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର ଛତୁଆ ବଣ୍ଟନ ହେଉଥିବା ଆଲୋଚନା ହେଉଛି |
ସରକାର ଶିଶୁ ମାନଙ୍କର ଉତ୍ତମ ସ୍ଵସ୍ଥ୍ଯ ପାଇଁ ଉନ୍ନତ ମାନର ଛତୁଆ ଓ ଲଡୁ ଯୋଗାଇ ଦେଇଛନ୍ତି l ଏସବୁ ଯୋଗାଇ ଦେବାପାଇଁ ସଠିକ ମାନ ଦେଇ ପାରୁ ଥିବା ସଂସ୍ଥା ମାନଙ୍କୁ ନିୟୋଜିତ ମଧ୍ୟ କରିଛନ୍ତି l
ହେଲେ କିଛି ଯୋଗାଣ କାରୀ ସଂସ୍ଥା ସରକାରୀ ଅଧିକାରୀ ଙ୍କୁ ହାତବାରିସି କରି ପୋକ ସାଲୁ ବାଲୁ ଛତୁଆ ଓ ଲଡୁ ଯୋଗାଇ ଦେଉଛନ୍ତି. ସରକାରୀ ଅଧିକାରୀ ମାନ ତଦାରଖ କରିବା ତ ଦୂର ର କଥା ପୋକ ସାଲୁ ବାଲୁ ଛତୁଆ ଓ ଲଡୁ କୁ ଦେଖାଇବା ପରେ ବି ଚୁପ୍ l ସୁଚନା ମୁତାବକ ବଡ଼ଚଣା ବ୍ଲକ୍ ଅଣକା ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ହିତାଧିକାରୀ ମାନଙ୍କୁ ଛତୁଆ ଓ ଲଡୁ ମିଳିଥିଲା. ମିଳିଥିବା ସମାଗ୍ରୀ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେବା ସହ ଏଥିରେ ପୋକ ହୋଇଯାଇଥିବା ର ଦେଖିବାକୁ ମିଳିଥିଲା ଏହି ପୋକରା ଛତୁଆ ଓ ଲଡୁ ର ଭିଡ଼ିଓ ଭାଇରାଲ୍ ହେବା ଫଳରେ କୌଣସି ପିତାମାତା ତାଙ୍କ ପିଲାଙ୍କୁ ଏହି ଖାଦ୍ୟ ଖାଇବାକୁ ଦେଇନଥିଲେ l ଏହି ଘଟଣା ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ଗ୍ରାମୀଣ) ବଡ଼ଚଣା, ସମାଜ ମଙ୍ଗଳ ଅଧିକାରୀ, ଯାଜପୁର ଙ୍କୁ ଜଣାଇବା ପରେ ମଧ୍ୟ ଫଳ ଶୂନ l ତେବେ ଦେଖିବାକୁ ବାକି ଏନେଇ କଣ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ | ଆମେ ବାରମ୍ବାର ବାଲିଚନ୍ଦ୍ରପୁର ସ୍ଥିତ ବଡ଼ଚଣା ଗ୍ରାମୀଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଚନ୍ଦନା ମିଶ୍ରଙ୍କୁ ଯୋଗାଯୋଗ କରିଥଲେ ମଧ୍ୟ ପ୍ରତିକ୍ରିୟା ନ ଦେଇ ଚାଲି ଯାଇଥିଲେ l
