ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ଥାନା ମଙ୍ଗଳପୁର ବଜାରରେ ଥିବା ଏକ ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୁଚନା ଅନୁସାରେ ଗତ ୨୨ ତାରିଖ ରାତିରେ ମଙ୍ଗଳପୁର ବଜାରରେ ଥିବା ତାପସ କୁମାର ଦାସଙ୍କ ଦୋକନରୁ ଦେଢ଼ ଲକ୍ଷ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କା ସାମଗ୍ରୀ ଚୋରୀ ହୋଇଥିଲା। ଏନେଇ ତାପସ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୫୬୬/୨୫ରେ ଏକ ମାମଲା ରୁଜୁ କରି ଘଯଣାର ତଦନ୍ତ ଆରମ୍ଭ କରିବା ସହିତ ବାଗୁଡି ଗ୍ରାମର ହରେକୃଷ୍ଣ ମଳିକ, ଭାଗୀରଥି ବେହେରା ଓ ସିନ୍ଧୁଆ ଗ୍ରାମର ବନବିହାରୀ ସିଂ କୁ ଗିରଫ କରି ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି।
