
ହିଞ୍ଜିଳିକାଟୁ -ହିଞ୍ଜିଳିକାଟୁ ବ୍ଲକର ଦାରୁଭଦ୍ରା ଗ୍ରାମ ପଞ୍ଚାୟତର ନିମି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଦଣ୍ଡପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରମିଳିତ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରୁଭଦ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ବିକାଶ ସେଠୀଯୋଗଦେଇ ଅନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଶିଶୁ ମାନେ ଭଲ ପାଠ ପଢି ଦେଶ ଜାତି ତଥା ବିଦ୍ୟାଳୟ ର ଗୌରବ ଆଣିବା ପାଇଁ ମାର୍ଗଦର୍ଶନ କରିଥିଲେ।,ସି ଆର ସି ସି ଅରୁଣ ସେଠୀ,ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁ ମାନଙ୍କର କିପରି ବୌଦ୍ଧିକ ଏବଂ ନୈତିକ ଜ୍ଞାନ ର ପରିସ୍ପୁଟନ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ସଭାପତି ଗଣେଶ ବେହେରା,ୱାର୍ଡ ମେମ୍ବର ସଭ୍ୟ କୈଳାଶ ବେହେରାପ୍ରମୁଖ ମଞ୍ଚାସିନ ଥିଲେ। ଭାରପ୍ରାପ୍ତ ,ପ୍ରଧାନ ଶିକ୍ଷୟିତ୍ରୀ ଏମ ରଶ୍ମିତା ଦୋରା,ଶିଶୁ ମାନଙ୍କୁ ଭଲ ପାଠ ପଢି ଭବିଷ୍ୟତ ରେ ଦେଶର ଜଣେ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶିକ୍ଷକ ମହେଶ୍ୱର ପାଢ଼ୀ,କବି ଗୌଡ,ସୁଦାମ,ଶିକ୍ଷକ ମୁନା ମଲ୍ଲିକ,ଯାଦବ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।।ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଥିଲେ ।ବିଦ୍ୟାଳୟରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଦେଇ ଅତିଥି ମାନେ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିଶେଷରେ ବନ୍ଦେ ମାତରଂ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ର ପରିସମାପ୍ତି କରାଯାଇଥିଲା।