
ବ୍ରହ୍ମପୁର…..
ବିଶ୍ଵ କଲ୍ୟାଣ ଉଦେଶ୍ୟ ରେ ନାରାୟଣ ପୁର ପଞ୍ଚାୟତ ପାର୍ବତୀ ପୁର ଗ୍ରାମବାସି ଓ କମିଟି ମାନଙ୍କ ଦ୍ଵାରା ଗତ ତା 06.02.2025 ରିଖ ବୁଧବାର ଠାରୁ ତା .08.02.2025 ରିଖ ଏହି ତିନିଦିନ ଯାଏଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ଠାରେ ଚବିଶି ପ୍ରହରୀ ନାମ ଯଜ୍ଞ ଅର୍ଣ୍ଣଯଜ୍ଞ ଅନୁଷ୍ଠିତ ହୋଇଅଛି । ଗତ ତା 05.02.2025 ଦିନ ଅଧିବାସ, ଜଳଯାତ୍ରା,ସଙ୍କଳ୍ପ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ଆବାହନ, ସଂସ୍ଥାପନ ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରିଥିଲେ । ପରବର୍ତ୍ତୀ ଦିନ ତା , 06.02.2025 ରିଖ ସକାଳ 7.00 ଘଣ୍ଟ ସମୟରେ ନାମ ମହାମନ୍ତ୍ର ଆରମ୍ଭ କରାଯାଇ ତତ୍ ପରଦିନ ଅର୍ଥାତ ତା 09.02.2025 ରିଖ ଘ.08.00 ମି . ପଯ୍ୟନ୍ତ ଯାଏଁ ନିରବଚ୍ଛିନ୍ନ ମହାମନ୍ତ୍ର ଗାନ ଚାଲିଥିଲା । ନାମଯଜ୍ଞ ସଙ୍ଗେ ସଙ୍ଗେ ଅନ୍ନ ଯଜ୍ଞର ଆୟୋଜନ ମଧ୍ୟ କରା ଯାଇଥିଲା। ଆଖପାଖ ଅଞ୍ଚଳ ର ବିଭିନ୍ନ ଗ୍ରାମର ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ନାମ ସଂକୀର୍ତନ ଗାୟନ କରିଥିଲେ l ବହୁ ଭକ୍ତ ମାନେ ଏହି ଚବିଶି ପ୍ରହରୀ ନାମ ଯଜ୍ଞ ର ପ୍ରଭୁ ଚୈତନ୍ୟ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ l ଶ୍ରଦ୍ଧା ର ସହିତ ବିଭିନ୍ନ ସ୍ବର ରେ ମହାମନ୍ତ୍ର ଗାନ କରିଥଲେ। ନାମ ମଣ୍ଡପ ଏବଂ ଗ୍ରାମ ର ବିଭିନ୍ନ ସ୍ଥାନରେ ତୋରଣ ବାନ୍ଧି ଏଥିରେ ନାନା ପ୍ରକାର ଆଲୋକ ସାଜସଜ୍ଜା କରି ଗ୍ରାମ୍ୟ ପରିବେଶ କୁ ଆକର୍ଷଣୀୟ କରାଯାଇଥିଲା। ଶେଷରେ ପ୍ରସାଦ ସେବନ କରି ଭକ୍ତ ଅସୀମ ଆନନ୍ଦ ଅନୁଭବ କରିଥିଲେ।