
କେନ୍ଦୁଝର ଏହି ଜିଲ୍ଲା ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ଜଙ୍ଘୀରା ଗ୍ରାମପଞ୍ଚାୟତ ପରିସରରେ BRPL ,,ଜଙ୍ଘୀରା ଗ୍ରାମ ପଞ୍ଚାୟତ ଓ ଭୂମିକା ଚକ୍ଷୁ ହସ୍ପିଟାଲ, କେନ୍ଦୁଝର ର ମିଳିତ ସହଯୋଗରେ ଏକ ଆଞ୍ଚଳିକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l
ଜଙ୍ଘୀରା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ମୋଟ ୪୭ ଜଣ ବରିଷ୍ଠ ନାଗରିକ ନିଜ ନିଜ ର ଆଖି ପରୀକ୍ଷା କରାଇ ଥିଲେ l ସେଥି ମଧ୍ୟରୁ ୧୬ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା l ଚିହ୍ନଟ ରୋଗୀ ମାନଙ୍କୁ ଅସ୍ତ୍ରୋପଚାର ପାଇଁ କେନ୍ଦୁଝରସ୍ଥିତ ଭୂମିକା ଚକ୍ଷୁ ହସ୍ପିଟାଲ କୁ ସ୍ଥାନାନ୍ତର କରା ଯାଇଛି l ରୋଗୀମାନଙ୍କର ଯିବା ,ଆସିବା, ଖାଇବା, ରହିବା, ଔଷଧ, ଚଷମା ଓ ଅପରେସନ ହସ୍ପିଟାଲ ତରଫରୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି l
ହସ୍ପିଟାଲ ର ସହ ପରିଚାଳକ ରୁଦ୍ର ନାରାୟଣ ଲୋହାର ଙ୍କ ବଳିଷ୍ଠ ନିର୍ଦ୍ଧେଶନା ରେ ଚକ୍ଷୁ ସହାୟକ ମମତା ପାତ୍ର, ପୂଜା ରାଣୀ ମହାନ୍ତ ଲୋକ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ l
ଶିବିର ପରିଚାଳନାରେ ଟାଟା ଫାଉଣ୍ଡେସନ ର ସୁଶାନ୍ତ ପଲେଇ,ଭୂମିକା ହସ୍ପିଟାଲ ର ଗୋଷ୍ଠୀ ସ୍ୱାସ୍ଥ୍ୟ ସଂଗଠକ ସୁଶାନ୍ତ କୁମାର ଦାସ ଓ ପଞ୍ଚାୟତ ର କର୍ମଚାରୀ ଗଣ ଇତ୍ୟାଦି ସହଯୋଗ କରି ଶିବିରକୁ ସଫଳ କରାଇଥିଲେ l