
କୋରାପୁଟ…..ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର ଛାତ୍ର ସଂସଦ ତରଫରୁ ମହାସମାରୋହରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ମୁଖ୍ୟ ବକ୍ତା ଭାବେ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ର ଇଂରାଜୀ ବିଭାଗର ପୂର୍ବତନ ବିଶିଷ୍ଟ ପ୍ରାଧ୍ୟାପକ ଡ଼. ନୀଳାଦ୍ରିନାଥ ଦାସ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରକାଶ କୁମାର ନାୟକ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିବେକାନନ୍ଦ ସୁନା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ସଭା ପ୍ରାରମ୍ଭରେ ସହକାରୀ ପ୍ରଫେସର ଡ଼. ଈଶ୍ଵର ପରିଡ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାକୁ ଅତି ନିଖୁଣ ଭାବରେ ଡ଼. ଡମ୍ବରୁଧର ଦାସ ସଞ୍ଚାଳନ କରିଥିଲେ ।ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅଂଶଗ୍ରହଣ କରି ବିଜେତା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇଥିଲା। ଶ୍ରୀଯୁକ୍ତ ବାହିନୀପତି ନିଜ ଭାଷଣରେ ଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ଲାଭ ନିମନ୍ତେ ଆହ୍ବାନ କରିଥିବା ସ୍ଥଳେ, ଉନ୍ନତ ଶ୍ରେଣୀ ଗୃହ , ଲାଇବ୍ରେରୀ ଗୃହ ତଥା କଲେଜର ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରତିଶୃତି ଦେଇ ଛାତ୍ରୀ ମାନଙ୍କ ସହ ଏକ କୋରାପୁଟିଆ ଢେମସା ନୃତ୍ୟ କରି ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ। ନବ ନିର୍ବାଚିତ କଲେଜ ଛାତ୍ର ସଂସଦର ସଭାପତି ସ୍ନୁପି ଖେମୁଣ୍ଡୁ ନିଜ ଅଭିଭାଷଣରେ ମହାବିଦ୍ୟାଳୟର ଐତିହାସିକ ପୃଷ୍ଠଭୂମି ତଥା ଛାତ୍ରୀ ମାନଙ୍କ ବିଭିନ୍ନ ଦେଶ ଓ ରାଜ୍ୟ ସ୍ତରରେ ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରି ବର୍ତ୍ତମାନ ସାଂପ୍ରତିକ ପରିପ୍ରେକ୍ଷୀରେ କଲେଜର ବିଭିନ୍ନ ସମସ୍ୟା ଓ ସାମୂହିକ ଦାବି ଗୁଡ଼ିକ ବିଧାୟକ ନିକଟରେ ଉପସ୍ଥାପନ କରିଥିଲେ। ସେହିପରି ଉକ୍ତ ଉତ୍ସବରେ ଛାତ୍ର ସଂସଦର ସାଧାରଣ ସମ୍ପାଦିକା ପୂଜା ନାହକ, ସାଂସ୍କୃତିକ ସମ୍ପାଦିକା ମୋନିକା ମହାନ୍ତି, କ୍ରୀଡା ସମ୍ପାଦିକା ଗାୟତ୍ରୀ ସାହୁ ନିଜ ନିଜ ବୀବରଣୀ ପାଠ କରିଥିଲେ ଏବଂ ଉପ ସଭାପତି ଶ୍ରାବଣୀ କୁମାରୀ ପାଣିଗ୍ରାହୀ ମଞ୍ଚାସୀନ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟାକୁ ବରିଷ୍ଠ ଅଧ୍ୟାପିକା ଡ଼଼.କନକଲତା ମହାପାତ୍ର ଅତି ସୂଚାରୁରୂପେ ତତ୍ତ୍ଵାବଧାନ କରିଥିବା ବେଳେ ଯୁବ ଅଧ୍ୟାପକ କାହ୍ନୁ ଚରଣ ବରଡ଼ ଅତି ନିଖୁଣ ଭାବରେ ମଞ୍ଚ ପରିଚାଳନା କରି ଦର୍ଶକ ମାନଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲେ। ସେହିପରି ଅଧ୍ୟାପିକା କବିତା ବଢେଇ, ସ୍ପଦନ ରାଓ , ଆଲୋକ ସାହୁ, ଗାୟତ୍ରୀ ଖିଲ, ବନ୍ଦନା ମହାରଣା, ଅନିତା ସାହୁ, ମଧୁସ୍ମିତା ପଟ୍ଟନାୟକ , ଗାୟତ୍ରୀ ମହାପାତ୍ର ଇତ୍ୟାଦି ସହଯୋଗ କରିଥିଲେ।ସର୍ବମୋଟ ୧୩ ଗୋଟି ଉଭୟ ଦଳଗତ ନୃତ୍ୟ ତଥା ଏକକ ନୃତ୍ୟ ପରିବେଷଣ ସହ ଗୋଟିଏ ନାରୀ ସଚେତନତା ଧର୍ମୀ ନାଟକ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ମଞ୍ଚରେ ପରିବେଷଣ ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ବାର୍ଷିକ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।