ଖଣି ଅଞ୍ଚଳ ଦୁଃଖ
ପୁଣି ଦୁର୍ଘଟଣା ପୁଣି ଜଣଙ୍କ ମୃତ୍ୟୁ
କୋଇଡା: ଖଣି ଅଞ୍ଚଳ କୋଇଡାରେ ଦୈନନ୍ଦିନ ରାସ୍ତା ଦୁର୍ଘଟଣା ଥମିବାର ନାଁ ଧରୁନି । ଆଜି ମରଣଯନ୍ତା ପାଲଟିଥିବା କୋଇଡା ଥାନା ଅନ୍ତର୍ଗତ କନ୍ତରକୋଇଡା ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ସୁଚନାଯାୟୀ କୋଇଡା ବ୍ଲକ୍ ଡେଙ୍ଗୁଳା ପଞ୍ଚାୟତ ଜଲଡିହି ଗ୍ରାମର ମୁନା ନାଏକ (୨୫) ନିଜ ବାଇକ୍ ଓଡି୦୯ଇ୮୧୦୧ ଯୋଗେ ନିଜ ସମ୍ପର୍କୀୟ ବୁଧୁ ଦେହୁରୀ(୪୧) ସହିତ କୋଇଡା ବଜାର ସାରି ଜଲଡିହି ଯାଉଥିଲେ ହେଲେ କନ୍ତରକୋଇଡା ବାଇପାସ୍ ଛକ ନିକଟରେ ଦିନ ୧୧ ଘଟିକା ସମୟରେ ଏକ ଅଜଣା ଗାଡି ଧକ୍କାରେ ମୁନା ଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ବୁଧୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କୋଇଡା ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଓ ବାଇକ୍ ଉଦ୍ଧାର କରିବା ସହ ପରିବାର ବର୍ଗ ଙ୍କ ଏତଲା କ୍ରମେ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ କରାଯାଇ ତଦନ୍ତ ଚଳାଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
