କାର୍ତ୍ତିକ ପୂର୍ଣ୍ଣିମାରେ ବାବା ରେବାଲେଶ୍ୱର ଶୈବ ପୀଠ ରେ ଭକ୍ତଙ୍କ ସମାଗମ
ତାରିଖ: ୨୫/୧୧/୨୦୨୬
ତାଳଚେର: (କୃତ୍ତିବାସ ନାୟକ ନି,ପ୍ର )
ଭଞ୍ଜ ଦୂତ ଖବର
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘନାଥପୁର ଗ୍ରାମରେ ଅବସ୍ଥିତ ବାବା ରେବାଲେଶ୍ୱର ଶୈବ ପୀଠ ରେ ଦୁଇ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ଧରି ରେବାଲେଶ୍ଵର ପୀଠରେ ଭକ୍ତଙ୍କ ସମାଗମ ରହି ଆସୁଥିଲା ବେଳେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତ ମାନେଙ୍କ ସମାଗମ ବେଶ ମନଲୋଭା ହୋଇଥିଲା ଏଠାରେ ଘଣ୍ଟ ଘଣ୍ଟା ମୂର୍ଦଙ୍ଗ ଆଦି ବାଦ୍ୟ ସହ ଭଜନ କୀର୍ତ୍ତନ ଓ ଶହ ଶହ ଭକ୍ତ ମାନଙ୍କ ହରି ବୋଲ , ହୁଳ ହୁଳି ଧୁନିରେ ମହାଦେବଙ୍କ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଏଠାକୁ ଆସୁଥିବା ସମସ୍ତ ଭକ୍ତମାନେ ମନ୍ଦିର ନିକଟରେ ଥିବା ନଡ଼ିଆବନ୍ଧ ପୋଖରୀରେ ଡଙ୍ଗା ଭସାଇ ଥିଲେ । ଏହି ସମସ୍ତ ଆୟଜନର ଦାୟିତ୍ୱ ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ରଞ୍ଜିତ ସାହୁ, ଦିବାକର ବେହେରା,କଷ୍ଟୁ ସାହୁ, ବିଦ୍ୟୁତ ସାହୁ, କାଳିଆ ବେହେରା,ସିପୁଂସହୁ,ଟୁଟୁ ବେହେରା, ଗୌର ବେହେରା,ରଞ୍ଜନ ସାହୁ, ପଦିଆ ସାହୁ ଜତି ବେହେରା, ଲିପୁନ ସାହୁ, ଲିପୁ ବେହେରା,ବୁଲା ବେହେରା,ବାବୁଲୁ ବେହେରା, ମାଣ୍ଟୁ ବେହେରାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ମନ୍ଦିର ମୁଖ୍ୟ ପୂଜକ ସୁରେନ୍ଦ୍ର ମହାପାତ୍ର, ଧ୍ରୁବ ମହାପାତ୍ର, କେଶବ ମହାପାତ୍ର,କୁଆଲିଆ ମହାପାତ୍ର,ଅନ୍ୟ ପୂଜକ ମାନେ ସମସ୍ତ ପ୍ରକାର ସହ ଯୋଗ କରିଥିଲେ। ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ଭିଡ ସାଙ୍ଗକୁ ହରି ବୋଲ ହୁଳ ହୁଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
