*ଟୁଙ୍କୀ ଝରଣାରେ ଟାଟା ପାୱାରର ଏମବିଶି ଲିଡ଼ ଇଞ୍ଜିନିଅର ଯୁବକଙ୍କ ମୃତ୍ୟୁ*
ମୟୂରଭଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଖବର। ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍କୀ ଝରଣାରେ ଗାଧୋଇବା ବେଳେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଟାଟା ପାୱାରର କର୍ମଚାରୀ ଅଭିଷେକ ସିଂହ (୩୦) ବୋଲି ଜଣାପଡ଼ିଛି, ଯାହାଙ୍କ ଘର ଝାଡ଼ଖଣ୍ଡର ଦେଓଘର ଅଞ୍ଚଳର।
ଶିମିଳିପାଳ ପାଦଦେଶରେ ଥିବା ଖୁଣ୍ଟା ବ୍ଲକର ଟୁଙ୍କୀ ଝରଣା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ, ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଟାଟା ପାୱାରରେ କାର୍ଯ୍ୟରତ ୩୦ ବର୍ଷୀୟ ଅଭିଷେକ ସିଂହ ତାଙ୍କ ସାଙ୍ଗ ମାନଙ୍କ ସହ ବୁଲିବାକୁ ଆସିଥିବା ବେଳେ ଅସାବଧାନତାବଶତଃ ପଥରରେ ଗୋଡ ଖସି ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିଥିଲେ।ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ତାଙ୍କୁ ଖୁଣ୍ଟା ଡାକ୍ତରଖାନାକୁ ଅଣାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ଟାଟା ପାୱାରର କର୍ମଚାରୀଙ୍କ ମଧ୍ଯରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୫ ଅକ୍ଟୋବର ମାସରେ ମଧ୍ୟ ଏହି ଟୁଙ୍କୀ ଝରଣାରେ ବୁଡ଼ି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଝରଣା ନିକଟରେ ସତର୍କ ସୂଚନା ଫଳକ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
