କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀ ଶ୍ରୀ ଅମରେଶ୍ବର ଶୈବପୀଠରେ ଭକ୍ତମାନଙ୍କ ସମାଗମ l
ରଘୁନାଥପୁର(ନି.ପ୍ର): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଢେଇକୁଳ ଗ୍ରାମ ପଞ୍ଚାୟତ ର ବଡକୋରକୋର ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଅମରେଶ୍ବର ଶୈବପୀଠ ରେ ୧୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦିର୍ଘ ବର୍ଷ ଧରି ଶ୍ରୀ ଶ୍ରୀ ଅମରେଶ୍ବର ପୀଠରେ ଭକ୍ତଙ୍କ ସମାଗମ ରହି ଆସୁଥିଲା ବେଳେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତ ମାନଙ୍କ ସମାଗମ ବେଶ ମନଲୋଭା ହୋଇଥିଲା। ଏଠାରେ ଭକ୍ତମାନେ ଘଣ୍ଟ, ଘଣ୍ଟା, ମୁର୍ଦଙ୍ଗ ଆଦି ବାଦ୍ୟ ସହ ଭଜନ, କୀର୍ତ୍ତନ ଓ ହଜାର ହଜାର ଭକ୍ତ ମାନଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ମହାଦେବ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା l ଏଠାକୁ ଆସୁଥିବା ସମସ୍ତ ଭକ୍ତମାନେ ମନ୍ଦିର ପୁଷ୍କରିଣୀରେ ଡ଼ଙ୍ଗା ଭସାଇଥିଲେ l ଭକ୍ତ ମାନଙ୍କ ଦର୍ଶନ ପରେ ବଡଓଷା ଗଜଭୋଗ ଶାନ୍ତି ଶୃଙ୍ଖଳା ରେ ବଣ୍ଟନ ନିମନ୍ତେ ସାନକୋରକୋର ମା କ୍ଷେତ୍ରପାଳ ସ୍ବେଛାସେବୀ ଅନୁଷ୍ଠାନ ଦାୟିତ୍ୱ ବେଇ ସୁଚାରୁ ରୂପେ ବଣ୍ଟନ କରିଥିଲେ l ଏହି ସମସ୍ତ ଆୟୋଜନର ଦାୟିତ୍ୱ ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ନୃସିଙ୍ଗ ଚରଣ ପଣ୍ଡା, ସରୋଜ କୁମାର ରାୟ, ସୁରେନ୍ଦ୍ର ନାଥ ନାୟକ, ଦେବଦତ୍ତ ଦାସ, ବିଜନ ଆଚାର୍ଯ୍ୟ, ନୃସିଂହ ସାହୁ, କୈଳାସ ସାହୁ, କୁର୍ତ୍ତିବାସ ପଟ୍ଟନାୟକ ଓ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ମନ୍ଦିର ମୁଖ୍ୟ ପୂଜକ ଆର୍ତତ୍ରାଣ ପଣ୍ଡା ଙ୍କ ସହିତ ଅନ୍ୟ ପୂଜକ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ l ମନ୍ଦିର ପରିସରରେ ହଜାର, ହଜାର ସଂଖ୍ୟକ ଭକ୍ତ ମାନଙ୍କ ଭିଡ଼ ସାଙ୍ଗକୁ ହରିବୋଲ, ହୁଳହୁଳି ଏଜ ଆଧ୍ୟାତ୍ମକ ପରିବେଶ ସୃଷ୍ଟି କରିଥିଲା l
