*ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ରେ ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଅଛି*
ନୂଆପଡା(ମିଖାଏଲ ନନ୍ଦ)
ତା-୨୪/୧୧
ଓଡ଼ିଆ ଇତିହାସ ଏବଂ ସାମୁଦ୍ରକ ବାଣିଜ୍ୟର ମହନୀୟ ସଂସ୍କୃତି, ଓଡ଼ିଶା ଭାଷା, ସାହିତ୍ୟ, ଐତିହ୍ୟ ଓ କଳା, ପରମ୍ପରା କୁ ନେଇ ବାଣିଜ୍ୟ କରିବାକୁ ଯାଉଥିଲେ। କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ସାଧବ ସାତ ଭାଇଙ୍କ କଥା ମାନେ ପଡିଯାଇଥାଏ। ଓଡ଼ିଶା ପ୍ରାଚୀନ କାଳରୁ ଉନ୍ନତ ସଭ୍ୟତା ରେ ସାଧବ ପୁଅମାନେ ବାଳୀ, ଜାଭା ଓ ସୁମାତ୍ରା କୁ ଯାଉଥିଲେ। ସେହି ବାଣିଜ୍ୟ ଯାତ୍ରା ଓଡ଼ିଶାର ଗୌରବମୟ ଇତିହାସର କଥା କୁହେ। ନିଜ ସ୍ଥାନରେ ସୁବିଧା ଦେଖି ଅନେକ ରଙ୍ଗ ବିରଙ୍ଗ ବୋଇତ ଭସାଣି କରିଥିବା ବେଳେ କେଉଁ ଠାରେ ନଦୀ, ପୁଷ୍କରିଣୀ ଏବଂ ଅନେକ ଜଳାଶୟ ରେ ମଧ୍ୟ ବୋଇତ ଭସାଣି କରିଥିବା ଦେଖାଯାଇଛି। ଆଜି ସୁନ୍ଦର ନଦୀର ବିଭିନ୍ନ ରକମ ରେ ପ୍ରସ୍ତୁତ ହୋଇଥିବା ବୋଇତ କୁ ସଂଗୃହୀତ କରିବାକୁ ଚେଷ୍ଟା କରିଥିଲୁ। ଜଳରାଶିରେ ବୋଇତ ବନ୍ଦାଣ କରି ବୋଇତ ଭସାଣି କରିଛନ୍ତି। ପୂର୍ବ କାଳ ରେ ବୋଇତ କହିଲେ କଦଳୀ ବୋଇତ ହୋଇଥାଏ। ବର୍ତ୍ତମାନ ପୋଠା କାଗଜ, ସହ ବିଭିନ୍ନ ରକମ, ଓ ରଙ୍ଗ ବିରଙ୍ଗ ବୋଇତ ନେଇ ଭସାଇଛନ୍ତି। ଏହି ପର୍ବ କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ।
