*ବାରିପଦାରେ କଂଗ୍ରେସକୁ ଝଟକା, ଓଜେସିରେ ମିଶିଲେ ୨୬ ନଂ ୱାର୍ଡର ପୂର୍ବତନ ପ୍ରାର୍ଥୀ*
*ବାରିପଦା, ୨୪/୧୧ (ଭାଞ୍ଜଦୁତ ଖବର) :*
*୧.* ଧୀରେ ଧୀରେ ବଳ ଗୋଟାଉଛି ଓଡ଼ିଶା ଜନତା କଂଗ୍ରେସ (ଓଜେସି)। କିଛି ମାସ ତଳେ ଗଠନ ହୋଇ ଓଡ଼ିଶା ରାଜନୀତିରେ ବିକଳ୍ପ ସ୍ଥାନ ଗ୍ରହଣ କରୁଥିବା ଏହି ଦଳ ରାଜ୍ୟ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଦୃଢ଼ ଭାବେ ଆଗେଇ ଚାଲିଛି, ଯାହାର ଉଦାହରଣ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।
*୨.* ଜିଲ୍ଲାର ସୁପରିଚିତ ଯୁବ ନେତା ତଥା ଓଜେସିର ଜିଲ୍ଲା ସଭାପତି ଅଂଶୁମାନ ଦାସଙ୍କ ଦୃଢ଼ ନେତୃତ୍ୱ ଉପରେ ଭରସା କରି ବାରିପଦା ପୌରପାଳିକା ଅନ୍ତର୍ଗତ ୨୬ ନଂ ୱାର୍ଡର ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ କାଉନସିଲର ପ୍ରାର୍ଥୀ ସବିତା ନାଏକ ବିଧିବଦ୍ଧ ଭାବେ ଓଜେସିରେ ସାମିଲ ହୋଇଛନ୍ତି।
*୩.* ଭୁବନେଶ୍ୱର ସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
*୪.* ଏହି ମିଶ୍ରଣ ପରେ ଜିଲ୍ଲାରେ ଦଳ ଆହୁରି ସୁଦୃଢ଼ ହେବା ସହ ଆଗାମୀ ଦିନରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଲଢ଼େଇ ଆହୁରି ତୀବ୍ରତର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ କହିଛନ୍ତି।
*ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
