*ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୪.୧୧.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭାୟରଣ୍ୟ ମଧ୍ୟରେ ଥିବା ଗଡ଼ଭଟା ଗ୍ରାମର ହରେନ୍ଦ୍ର ମାଝୀ ଏବଂ ନୂଆପଡ଼ା ବ୍ଲକ ର ତିଲେଇଝର ଗ୍ରାମର ରୁପସିଂ ରାଉତ ଆହତ ହୋଇଥିବା ବିଷୟରେ ଅବଗତ ହେବା ପରେ ପୀଡ଼ିତମାନେ ଯେପରି ଚିକିତ୍ସା ଓ ସରକାରୀ କ୍ଷତିପୂରଣ ସହାୟତା ପାଇଁ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା । ପ୍ରାଧିକରଣର ସଚିବ ନବନୀତା ଦାଶ ତୁରନ୍ତ ବିହିତ ପଦକ୍ଷେପ ନେଇ ନାଲସା ହିଂସ୍ରଜନ୍ତୁ-ମନୁଷ୍ୟ ସଂଘର୍ଷରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫ ଅନୁଯାୟୀ ଅଧିକାର ମିତ୍ରଙ୍କୁ ପୀଡ଼ିତମାନଙ୍କୁ ତୁରନ୍ତ ନିଶୁଳ୍କ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ହସ୍ତକ୍ଷେପ ଓ ଆବଶ୍ୟକୀୟ ସହଯୋଗ ଫଳରେ ଉଭୟ ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ମିଳିବା ସହିତ ବନ ବିଭାଗ ପକ୍ଷରୁ ଉଭୟ ପୀଡ଼ିତଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଅର୍ଥାତ୍ ମୋଟ ୧୦,୦୦୦ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି।
ପ୍ରାଧିକରଣର ସଚିବ ନବନୀତା ଦାଶ ଗତ 23 ସେପ୍ଟେମ୍ବର 2026 ବିଳମ୍ବିତ ରାତିରେ ପୀଡ଼ିତ ରୁପସିଂ ରାଉତଙ୍କୁ ଉପଯୁକ୍ତ ମାଗଣା ଚିକିତ୍ସା ପାଇଁ ଅଧିକାର ମିତ୍ର ସନ୍ତୋଷ ରାଉତଙ୍କୁ ପଠାଇଥିଲେ।
