*ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଢେଙ୍କାନାଳର ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା କୌପୁନି ଧାରୀ ମହିମା ସମାଜ ମଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ l* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଗଁନ୍ଦିଆ ବ୍ଲକ ମହିମାଗାଦି ଯୋରନ୍ଦାର କୌପୁନି ଧାରୀ ମହିମା ସମାଜ ମଠରେ ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ ମୁଖ୍ୟ ଅତିଥି ଢେଙ୍କାନାଳ ର ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଆଜିକ୍ୟ ବାବୁରାଓ ମାନେ, ସଂମ୍ମାନିତ ଅତିଥି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦୋରା (SDPO), ଗଁନ୍ଦିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦଳେଇ, ଢେଙ୍କାନାଳ ଆଡଭୋକେଟ ଶ୍ରୀମତୀ ସାଇଶ୍ରୀ ପଟନାୟକ, ଯୋରନ୍ଦା ଗ୍ରା :ପ.ସରପଞ୍ଚ ଶ୍ରୀମତୀ ଆରତୀ ନାୟକ, ଶ୍ରୀଯୁକ୍ତ ନରେନ୍ଦ୍ର ପଟନାୟକ ଓ ବାବା ସୁଶାନ୍ତ ଦାସଙ୍କ ଦ୍ୱାରା ବହୁ ଆଡମ୍ବର ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋରନ୍ଦା, ଦଧିଶିଙ୍ଗା, ନାଠୁଆ, ସନ୍ଥସରା, ଜମିନାକୋଟ ଓ ଆଖପାଖ ଗ୍ରାମରୁ ମହିମାଧର୍ମ ପ୍ରେମୀ ଭକ୍ତମାନେ ସାମିଲୀ ହୋଇଥିଲେ l ପରିଶେଷରେ ସମସ୍ତ ଭକ୍ତମାନେ ଅର୍ଣ୍ଣ ଭୋଗ ପ୍ରସାଦ ସେବନ କରିଥିଲେ l କାର୍ଯ୍ୟକ୍ରମ ଟିକୁ ସୂଚାର ରୂପେ ମାନଗୋବିନ୍ଦ ନାୟକ, ବିରଞ୍ଚି ନାରାୟଣ ସାହୁ, ଲକ୍ଷ୍ମଣ ରାଉତ, ଅକ୍ଷୟ ପାତ୍ର ଓ ପୁଷ୍ପଲତା ସାମଲ ସହଯୋଗ କରିଥିଲେ l
