ରଘୁନାଥପୁର ବ୍ଲକରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅଧକ୍ଷତା କରିଥିବା ବେଳେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ରଘୁନାଥପୁର ବି ଡ଼ି ଓ ପ୍ରୀତିଶ ଭୋଳ ଓ ତହସିଲଦାର ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଜନଶୁଣାଣୀ ରେ ଲୋକ ମାନଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବହୁଥର ଦୌଡିବାକୁ ପଡୁଥିବାରୁ ଦିନକୁ ଦିନ ଲୋକମାନଙ୍କ ଆଗ୍ରହ କମିଯିବା କୁ ବସିଲାଣି l ଏହି ଜନଶୁଣାଣିରେ ମାତ୍ର ୪୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ମୁଖ୍ୟ ଅଭିଯୋଗ ମଧ୍ୟରେ ବରାଗୋଳ ପଞ୍ଚାୟତ ତିହଡା ଗ୍ରାମର ମା, ବାପା ଛେଉଣ୍ଡ ବେସାହାରା ଭଉଣୀ ଭାଇ ନାବାଳକ ସୋମନାଥ ଭୋଇ ଓ ନାବାଳିକା ରଞ୍ଜିତା ଭୋଇ ଙ୍କୁ ପକ୍କାଗୃହ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ୱାର୍ଡସଭ୍ୟ ସରୋଜ କୁମାର ଦାସ ଜିଲ୍ଲା ପ୍ରଶାସନ ଙ୍କ ନିକଟରେ ଗୁହାରି କରିଥିଲେ।ସେହିପରି ଅର୍ଣ୍ଣବ ବାତ୍ୟା ଜନିତ ଲଗାଣ ବର୍ଷାରେ ରଘୁନାଥପୁର ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତରେ କ୍ଷତି ହୋଇଥିବା ଧାନ ଫସଲ ଓ ପନିପରିବା ଫସଲର ସଠିକ ଆକଳନ କରାଯାଇ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା କେତେକ କଂଗ୍ରେସ କର୍ମୀ ମାନଙ୍କୁ ଆଣି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରାଣ ଜନତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
