ପାଟରପଦା ହାଇସ୍କୁଲ ବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ହାଇସ୍କୁଲ ବିଦ୍ୟାଳୟରେ ସ୍କୁଲ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପଞ୍ଚୁକ ରେ, ଗ୍ରାମର ଶ୍ରୀରାମ ସେନା ଓ ‘ଆମ ଓଡିଶା ‘ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏସ.ଏସ. ହସ୍ପିଟାଲ ର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ସାହୁ l ଏହି ଅବସରରେ ସେ କହିଥିଲେ କି, ରକ୍ତଦାନ ସବୁଠାରୁ ମହାନ ଦାନ, ଶରୀର ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ l ଏହି ଅବସରେ ଅତିଥି ଭାବେ ଯୋଗ ଦେଇଥିଲେ ଡାକ୍ତର ସିଦ୍ଧାନ୍ତ ପୃଷ୍ଟି, ନିଜେ ରକ୍ତଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ l ପାଟରପଦା ସରପଞ୍ଚ ଜ୍ୟୋସ୍ନାମୟୀ ବିଶ୍ୱାଳ, ଇସ୍କନ ମଠର ବାବା ଶ୍ରୀପଦ କରୁଣାକର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଡାକ୍ତର ଶିବ ପ୍ରସାଦ ନାଥ ଙ୍କ ଉପସ୍ଥିତ ରେ ତାଳଚେର ରକ୍ତଭଣ୍ଡାର ର ବରିଷ୍ଠ ଟେକନିସିଆନ ଟିମ ୪୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଏହି ଶିବିର ରେ ଡାକ୍ତର ଶ୍ରୀମତୀ ସାହୁ, ଡାକ୍ତର ଶ୍ରୀ ପୃଷ୍ଟି ଶତାଧିକ ମହିଳା ଓ ବୟସ୍କ ଙ୍କୁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଦେଇଥିଲେ l ପର୍ଜଙ୍ଗ ର ଶିକ୍ଷକ ଦମ୍ପତି ସୁଶାନ୍ତ ସେଠୀ, ଦମୟନ୍ତୀ ବେହେରା ରକ୍ତଦାନ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ପାଟରପଦା ସମେତ ମେଣ୍ଢାପଦା, କମର, ଲୋଧଣୀ,ପାଳସାହି, କଟlବlହଳ ଭଳି ପାଖ ଗାଁ ର ଯୁବ ଗୋଷ୍ଠୀ ରକ୍ତଦାନ କରିବାର ଦେଖାଯାଇଥିଲା l ଯୁବ ବ୍ୟବସାୟୀ ତଥା ଗ୍ରାମ୍ୟ ପରିଚାଳନା କମିଟି ସମ୍ପାଦକ ରିପଲ ବିଶ୍ୱାଳ, ଯୁବ ସମାଜ ସେବୀ ଡାକ୍ତର ବିଶ୍ୱାଳ, ପ୍ରିୟବ୍ରତ ସାହୁ, ବ୍ଳକ ସଂଯୋଜକ ସୁବଳ ରାଉତ,ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ସାହୁ,ଯୁବ ସାମ୍ବାଦିକ ଗୋକୁଳାନନ୍ଦ ବେହେରା,ନିର୍ମଳ ଗଡ଼ ନାୟକ,ତାଳଚେର ର ସମାଜ ସେବୀ କ୍ଷୀରୋଦ ସାହୁ, ଗ୍ରାମ୍ୟକମିଟି ସଭାପତି ରାଜେନ୍ଦ୍ର ସାହୁ ଙ୍କ ସମେତ, ଯୁବ ଗୋଷ୍ଠୀ, ଏମ.ବି.କେ ସି. ଆର. ପି. ଆଶା, ଶ୍ରୀ ରାମ ସେନା ର ସମସ୍ତ ସଦସ୍ୟ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l
