୫ ତମ ରେଙ୍ଗାଲି ମହୋତ୍ସବ ଅନୁଷ୍ଠିତ।
# ବିଭିନ୍ନ କଳା ଓ ସଂସ୍କୃତିକୁ ନେଇ ଦୁଲୁକିଲା ମଞ୍ଚ।
ରେଢ଼ାଖୋଲ ୨୨.୧୧(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତ ସ୍ଥିତ ରଜା ଚଉଁରି ପଡ଼ିଆ ଠାରେ ରବିବାର ଦିନ ୫ ତମ ରେଙ୍ଗାଲି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବଣ ପାହାଡ ଘେରା ଏହି ରେଙ୍ଗାଲି ମାଟି କଳା ଓ ସଂସ୍କୃତି ର ମାଟି , ଆଉ ଏହି ମାଟିରେ ଭରି ରହିଛି ସଂସ୍କୃତି ର ସୁସ୍ବାଦ । ଏହି ମାଟି ହେଉଛି ବିରପୁରୁଶଙ୍କ ମାଟି । ଏହି ମାଟିରେ ବିଭିନ୍ନ କଳାକାର ଜନ୍ମନେଇ ନିଖୁଣ କଳା ପ୍ରଦର୍ଶନ କରି କଳାକାର ମାନେ ସାରା ରାଜ୍ୟ ଓ ଦେଶରେ ପରିଚିତ ହୋଇ ପାରିଛନ୍ତି। ଏଠାରେ ବିଭିନ୍ନ କଳାକୁ ନେଇ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସବୁବେଳେ କଳା ପ୍ରଦର୍ଶନ କରି ଲୋକଲୋଚନକୁ ଆଣିବାକୁ ସଦା ଚେଷ୍ଟିତ ଏହି ଅଞ୍ଚଳ ଏବଂ ସେହି କଳାକାର ମାନଙ୍କୁ ନେଇ ଏହି ରେଙ୍ଗାଲି ମହୋତ୍ସବରେ ସମ୍ମାନିତ କରି କଳାକାର ର ପରିଚୟ ଦେଇଥାଏ ରେଙ୍ଗାଲି ମହୋତ୍ସବ । ଏହି ପରିପ୍ରେକ୍ଷୀରେ ନେହେରୁ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ପଞ୍ଚମ ରେଙ୍ଗାଲି ମହୋତ୍ସବ ରେ ଢୋଲ, ଲିସାନ, ତାସାର ତାଳେ ତାଳେ ବିଭିନ୍ନ କଳା ସଂସ୍କୃତିକୁ ନେଇ ଏହି ରେଙ୍ଗାଲି ମହୋତ୍ସବ ଟି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠାନର ସଭାପତି ଜଜ୍ଞପ୍ରସାଦ ସାହୁ ଓ ରେଙ୍ଗାଲି ମହୋତ୍ସବ ସଭାପତି ଭୀମସେନ ସାହୁ, ସମ୍ପାଦକ ତଥା ଉପସ୍ଥାପକ ତରୁଣ କୁମାର ନାଏକ, ସମ୍ପାଦକ ଲକ୍ଷ୍ମୀ ନାରାୟଣ ଖୁଣ୍ଟୁଲି ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଧୂମଧାମରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସମ୍ମାନନୀୟ ଅତିଥି ଭାବେ ବିଜେପି ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ରେଙ୍ଗାଲି ସରପଞ୍ଚ ସ୍ବେରେନ୍ଦ୍ରି ଭୋଇ, ବଡ଼ମାଳ ସରପଞ୍ଚ ତୁଙ୍ଗଭଦ୍ରା ବିଶ୍ଵାଳ, ମୋଚିବାହାଳ ସରପଞ୍ଚ ରୀତାଞ୍ଜଳି ପ୍ରଧାନ, ଅଧ୍ୟାପକ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ସମ୍ବଳ ଅନୁଷ୍ଠାନର ପ୍ରତିଷ୍ଠାତା ସମାଜସେବୀ ରାମଦାସ ପଣ୍ଡା, କ୍ରୀଡ଼ା କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପବିତ୍ର ପ୍ରଧାନ, ହେମ ସାଗର ସ୍ୱାଇଁ, ଧିରେନ ଦେହୁରୀ, ଆରବ ଅଗ୍ରୱାଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହୋତ୍ସବରେ ସମ୍ବଲପୁରୀ ଲୋକ ନୃତ୍ୟ, କଳା, ରଙ୍ଗବତୀ, ରସରକେଲି, ବୀରମହାରାଜପୁର ର କରମା ନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ପାଇକ କଳାକାର ମାନେ ଦର୍ଶକଙ୍କ ମନ ମୋହିଥିଲେ । ସମାଜରେ ଭାଇଚାରା ସୁଷ୍ଟିହେଵା ସହ ବିଶେଷ କରି ଲୁଚିଯାଉଥିବା ବିଭିନ୍ନ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା କାର୍ଯ୍ୟକ୍ରମର ମୂଳଲକ୍ଷ ବୋଲି କମିଟି ପକ୍ଷରୁ ପ୍ରତିକ୍ରିୟା ଦେଇଥିଲେ। ତା ସହିତ ବିଶେଷ କରି ସମ୍ବଲପୁରୀ ରକ୍ ଷ୍ଟାର ରୁକୁ ସୁନା ଓ ମେଲୋଡି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଏଥିରେ କମିଟି ପକ୍ଷରୁ ବିନୋଦ ସେଠୀ, ବିଜୟ ଜେନା, ସୌମିତ୍ରୀ ଜେନା, ସୁବାସ ତ୍ରିପାଠୀ,ସୂର୍ଯ୍ୟ ନାରାୟଣ ଜେନା, ଜଗଲେଶ ସାହୁ, ସଞ୍ଜୟ ଜେନା, ସୁଦାମ ସାହୁ ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
