ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
(ଡା:ରମେଶ କୁମାର.ନି:ପ୍ର)
ସମ୍ବଲପୁର: ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନ ପକ୍ଷରୁ ଗତ ୨୨.୧୧.୨୦୨୬ ରବିବାର ଦିନ ଦଳଦଳିପଡ଼ାର ଅସହାୟ ଓ ଆବଶ୍ୟକତାବୋଧ କରୁଥିବା ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କରି ଏକ ସେବାମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରାନ୍ତୀୟ ସଂଯୋଜକ ଶ୍ରୀ ଦିନେଶ ଅଗ୍ରୱାଲ, ଶାଖା ସଭାପତି ଶ୍ରୀ ଶିଶରାମ ଅଗ୍ରୱାଲ, ଶ୍ରୀ ବାଙ୍କେ ବିହାରୀ ଅଗ୍ରୱାଲ, ଶ୍ରୀ କମଳ କେଡ଼ିଆ, ଶ୍ରୀ ଗଣେଶ ପାଲିୱାଲ, ଶ୍ରୀ କମଳ ପଂସାରୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଡିସେମ୍ବର ମାସର ଶେଷ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ମହତ୍ କାର୍ଯ୍ୟରେ ଦଳଦଳିପଡ଼ା ଯୁବକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ଶୀତ ଋତୁରେ ଅସହାୟ ଓ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
