*କପିଳାସ ମହୋତ୍ସବ କପିଳାସ ପୀଠରେ ଉଦ୍ଘାଟିତ ୰କଳ୍ପନା ଦାସଙ୍କ ସ୍ମୃତିରେ
ପର୍ବତାରୋହଣ କଲେ ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ,
“ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ସଚେତନ ବାର୍ତ୍ତା l*
ଢେଙ୍କାନାଳ, ଗଁନ୍ଦିଆ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର) ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ୨୪ବର୍ଷ ପୂର୍ତି ଅବସରରେ କପିଳାସ ମହୋତ୍ସବ ୨୦୨୬ ରବିବାର ଦିନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ପାଦଦେଶରେ ଶୁଭଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଓ ମା’ ପାର୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ପ୍ରଥମେ ବାରବାଙ୍କ ସନ୍ତୋଷୀ ମା’ ମନ୍ଦିର ନିକଟରେ ପୂଜା କରି ପତାକା ଦେଖାଇ ପର୍ବତାରୋହଣ କାର୍ଯ୍ୟକ୍ରମକୁ ଶୁଭାଆରମ୍ଭ କରିଥିଲେ । ପର୍ବତାରୋହଣ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ, ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ, ମୁଖ୍ୟବକ୍ତା ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ, କପିଳାସ ରେଞ୍ଜର ଉତ୍ସବ ପ୍ରଧାନ, ପରିବେଶବିତ୍ ଦୀପ୍ତିମୟୀ ଲେଙ୍କା, ସମାଜସେବୀ ଶୁଭଦର୍ଶିନୀ ପରିଡା ପ୍ରମୁଖ ଯୋଗଦେଇ କପିଳାସ ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ “ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ଓ ଏଭେରେଷ୍ଟ ଆରୋହଣକାରୀ ୰କଳ୍ପନା ଦାସଙ୍କ ସ୍ମୃତିରେ ଏଭଳି ଏକ କାର୍ଯ୍ୟକ୍ରମ କରିଥିବାରୁ ଅନୁଷ୍ଠାନକୁ ସାଧୁବାଦ୍ ଜଣାଇବା ସହିତ ଉତରୋତର କାମନା କରିଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ “ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ସଂପର୍କରେ ସଚେତନ ବାର୍ତା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ନିଦେ୍ର୍ଦଶକ/ସଭାପତି ଅଥୟ କୁମାର ସାହୁ କାର୍ଯ୍ୟକ୍ରମ ସଂପର୍କରେ ନିଜର ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଲକ୍ଷ୍ୟ, ଉଦେ୍ଦଶ୍ୟ ଓ ଦ୍ୱିତୀୟ କୈଳସା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ପୀଠ କପିଳାସର ପ୍ରଚାର ପ୍ରସାର ସାରା ବିଶ୍ୱରେ କରିବାର ଏହା ଏକ ଛୋଟିଆ ପ୍ରୟାସ ବୋଲି କହିଥିଲେ । କପିଳାସ ମହୋତ୍ସବର ଆବାହକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନୁଷ୍ଠାନର କର୍ମକର୍ତା, ସଦସ୍ୟସଦସ୍ୟା, ସାମ୍ବାଦିକ ବନ୍ଧୁଗଣ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 1000 ରୁ ଉଦ୍ଧ୍ୱର୍ ଏନ୍ସିସି, ଏନ୍ଏସ୍ଏସ୍, ଯୁବ ରେଡ୍କ୍ରସ୍, ତାଇକୋଣ୍ଡୋ, ସ୍କେଟିଙ୍ଗ୍, ସ୍ଥାନୀୟ ଯୁବକଯୁବତୀ, କ୍ରୀଡାବିତ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି କପିଳାସ ପାଦଦେଶରୁ ପାହାଚ ରାସ୍ତା ଦେଇ ପୀଠରେ ପହଁଚିବା ସହିତ କପିଳାସ ଶୀଖର ଦେବସଭା ପର୍ଯ୍ୟନ୍ତ ପର୍ବତାରୋହଣ କରିଥିଲେ । ଏହି ଅବସରରେ କପିଳାସ ପୀଠର ସେବାୟତ, ପୂଜକ ଓ ସମସ୍ତ ଅନୁଷ୍ଠାନର ମୁଖ୍ୟ କର୍ମକର୍ତାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଅନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
