ବେତନଟୀ ଅଞ୍ଚଳ ର ବିଶିଷ୍ଟ ସାହିତ୍ୟିକ ଓ ଅବସର ପ୍ରାପ୍ତ ହାଇ ସ୍କୂଲ ଶିକ୍ଷକଙ୍କ ପରଲୋକ।
ବେତନଟୀ ୨୨/୧୧ : ବେତନଟୀ ଏମ ପି ସି ହାଇ ସ୍କୁଲ ରେ ଦୀର୍ଘ ୨୨ ବର୍ଷ ଶିକ୍ଷାଦାନ କରି ୧୯୯୧ ସ୍ବେଛାକୃତ ଭାବେ ଅବସର ନେଇଥିବା ଶିକ୍ଷକ ନିରଞ୍ଜନ ନନ୍ଦ ଗୋସ୍ୱାମୀ ଙ୍କର ରବିବାର ଦିନ ପରଲୋକ ହୋଇଯାଇଛି। ଶିକ୍ଷକଙ୍କର ନିଜ ଜନ୍ମସ୍ଥାନ ବେତନଟୀ ବ୍ଲକ ଅଧିନ କିଶୋରୀ ପୁର ଗ୍ରାମରେ ବୟସ ଆଧିକ ଯୋଗୁଁ ସ୍ୱାଭାଭିକ ଭାବେ ମୃତ୍ୟୁବରଣ କରିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୃତ୍ୟୁ ସମୟ ରେ ବଡ଼ ପୁଇଁ ଦୟାନିଧି ନନ୍ଦ ଗୋସ୍ୱାମୀ, ସାନ ପୁଅ ସୁଧାନିଧି ନନ୍ଦ ଗୋସ୍ୱାମୀ ଙ୍କ ସହିତ ଝିଅ ଜ୍ୱାଇଁ, ପୁତ୍ର ବଧୂ ଉପସ୍ଥିତ ଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେତନଟୀ ଅଞ୍ଚଳରେ କ୍ଷାତିଲାଭ କରିଥିବାବେଳେ ବିଶିଷ୍ଟ ସାହିତ୍ୟକ ଭେବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ। ୧୯୬୯ ଠାରୁ ୧୯୯୧ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୨ ବର୍ଷ ଧରି ବେତନଟୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ ନିରବଛିନ୍ନ ଭାବରେ ଶିକ୍ଷଦାନ କରିଥିଲେ। ତାଙ୍କର ଅବସର ସମୟ ୧୯୯୭ ମସିହା ରହିଥିବା ବେଳେ ଅବସର ହେବାର ୬ ବର୍ଷ ପୂର୍ବରୁ ସ୍ବେଛାକୃତ ଭାବରେ ଅବସର ନେଇଥିଲେ। ତାଙ୍କର ସାହିତ୍ୟ ସାଧନା ପାଇଁ ୨୦୦୮ ମସିହାରେ ବାରିପଦା ପୂଜ୍ୟପୂଜା ଅନୁଷ୍ଠାନ ତରଫରୁ ଶିକ୍ଷକ ତଥା ସାହିତ୍ୟିକ ନିରଞ୍ଜନ ନନ୍ଦ ଗୋସ୍ୱାମୀ ଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ବେତନଟୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବେତନଟୀ ଅଂଚଳରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶିକ୍ଷକଙ୍କର ତାଙ୍କ ବାସଭବନ ଠାରେ ଶେଷ ଦର୍ଶନ କରି ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।
