*ଡି, ଏ, ଭି ଗୁରୁ କୁଳ ଚିତଲପୁର ରେ ତୃତୀୟ ବାର୍ଷିକ ବିଜ୍ଞାନ ମେଳା ( ବିଜ୍ଞାନ ମଣିଷ ଜୀବନ କୁ ସଫଳତା ରେ ପହଞ୍ଚାଇ ପାରେ)* ଢେଙ୍କାନାଳ, ଗଁନ୍ଦିଆ ( ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ତା ୧୧.୧୧.୨୦୨୬
ଜାତୀୟ ଶିକ୍ଷା ଦିବସ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତ ର ଚିତଲପୁର ଗ୍ରାମ ରେ ଚାଲିଥିବା
“ଡି, ଏ, ଭି, ଗୁରୁ କୁଳ ଚିତଲପୁର ର ତୃତୀୟ ବାର୍ଷିକ ବିଜ୍ଞାନ ମେଳା ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ର ସହିତ ଡି, ଏ, ଭି ଗୁରୁ କୁଳ ଚିତଲପୁର ର ସଭାପତି
ସୈ।ମ୍ଯ ପ୍ରକାଶ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷା ସୁପ୍ରିୟା ରଥ ଙ୍କ ଅଧ୍ୟକ୍ଷତାରେ ନଭେମ୍ବର ମାସ ୧୧ ତାରିଖ ପୂର୍ବାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି।ଏହି ବିଜ୍ଞାନ ମେଳା କୁ ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ତଥା ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ବିଜୟ କୁମାର ସାମନ୍ତ ଙ୍କ ସହିତ ରାଜ୍ୟ ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତ ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଜଗନ୍ନାଥ ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ବିଜ୍ଞାନ ମଣିଷ ଜୀବନ କୁ ସଫଳତା ରେ ପହଞ୍ଚାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଚାରପତି ଭାବେ ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥୀ, ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ବିଜ୍ଞାନ ଶିକ୍ଷୟିତ୍ରୀ ତପସ୍ଵିନୀ ସାହୁ ଉପସ୍ଥିତ ହୋଇ ଏଲ କେ ଜି ରୁ ଷ୍ଟାଣ୍ଡାର୍ଡ ୨ ପର୍ଯ୍ୟନ୍ତ କୁନି ବୈଜ୍ଞାନିକ ଙ୍କ ମାନଙ୍କ ର ୬୦ ଟି ପ୍ରୋଜେକ୍ଟ କୁ ମୂଲ୍ୟାୟନ କରିଥିଲେ। ପ୍ରତ୍ୟେକ ଶ୍ରେଣୀ ର ପ୍ରଥମ ଦ୍ବିତୀୟ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ଟ୍ରଫି 🏆 ସମସ୍ତ ପ୍ରତିଯୋଗୀ ଙ୍କୁ ଅଂଶ ଗ୍ରହଣକାରୀ ପ୍ରମାଣ ପତ୍ର ବାର୍ଷିକ ଉତ୍ସବ ରେ ଦିଆଯିଵ ବୋଲି ଅନୁଷ୍ଠାନ ର ସଭାପତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ମନ୍ଦାର ଗ୍ରାମ ପଞ୍ଚାୟତ ସରପଞ୍ଚ ସବିତା ମଲ୍ଲିକ ଶୁଭେଚ୍ଛା ଜ୍ଞାପନ କରିଥିଲେ ଓ ଶିକ୍ଷୟିତ୍ରୀ ଡଲି ସାହୁ, ମିରା ମଲ୍ଲିକ, ଶ୍ରାବଣୀ ଦଳେଇ, ଶୁଭ ସ୍ମିତା ବାରିକ, ପୂର୍ଣ୍ଣିମା ମଲ୍ଲିକ, ମିନତି ସାହୁ ଙ୍କ ସହିତ ସୋମ କୁମାର ବିନ୍ଧାଣି ସକ୍ରିୟ ସହଯୋଗ କରିଥିଲେ। ଶତାଧିକ ଅବିଭାବକ ଉପସ୍ଥିତ ହୋଇ ଖୁସି ଅନୁଭବ କରିଥିଲେ।
