ଗୋବରାରେ ମାଆ ଶ୍ୟାମାକାଳୀ ପୂଜା : ସାଂସ୍କୃତିକ ମଞ୍ଚ ଉଦ୍ଘାଟିତ
ବେଲଗୁଣ୍ଠା,୧୧/୧୧,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ବାସୁଦେବପୁର ମୁଖ୍ୟ ସଡ଼କଠାରେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ମାଆ ଶ୍ୟାମାକାଳୀଙ୍କ ପୂଜା ଅବସରରେ ଆୟୋଜିତ ସାଂସ୍କୃତିକ ମଞ୍ଚ ଉଦ୍ଘାଟିତ ହୋଇଯାଇଛି। ସନ୍ଧ୍ୟାରେ ମାଆଙ୍କ ଆଳତି ଓ ପ୍ରସାଦ ସେବନ ପରେ ଆୟୋଜିତ ସାଂସ୍କୃତିକ ମଞ୍ଚ କୁ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରଦୀପ ପ୍ରଜ୍ୟୋଳନ କରି ଉଦ୍ଘାଟନ କରିଥିଲା।
ସଂଘର ସଭାପତି ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ବେଲଗୁଣ୍ଠା ଅଞ୍ଚଳ ର ଯୁବ ସମାଜସେବୀ ପପୁ ବେହେରା, ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, କାଉନସିଲର ଏସ ଭାସ୍କର ପାତ୍ର, ବରିଷ୍ଠ ଆଇନଜୀବୀ ନିରାକାର ସାହୁ , ସମାଜସେବୀ ଗୋପାଳ ଚନ୍ଦ୍ର ରାଉତ, ରେସପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିଅ ଏବଂ ଯୁବକବି ତଥା ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ,ଯୁବ ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟନାୟକ,ଶିବରାମ ଚୌଧୁରୀ,ପଞ୍ଚାନନ ସାହୁ ଓ ସଞ୍ଜୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ସ୍ୱସ୍ତି ସୁନ୍ଦର ସିଅ ଓ ଶିଶିର କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଆରୋହୀ ରାଉତ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଜଗନ୍ନାଥପ୍ରସାଦ ସାଇ ଡ୍ୟାନ୍ସ ଏକାଡେମୀର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
