ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ।
(ଡା:ରମେଶ କୁମାର.ନି:ପ୍ର)
ଏମ୍ଏସ୍ପି (MSP) କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାକୁ ପୁରସ୍କାର ସହ ୧ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
ଏହି ସମ୍ମାନଜନକ ପୁରସ୍କାର ଓ ପ୍ରୋତ୍ସାହନ ରାଶି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ କଳାହାଣ୍ଡି ଜିଲ୍ଲାର ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ମହାଶୟ ଗ୍ରହଣ କରିଛନ୍ତି।
ଏହି ସଫଳତା କଳାହାଣ୍ଡି ଜିଲ୍ଲାର ପ୍ରଶାସନ, କୃଷି ବିଭାଗ, ଚାଷୀ ଭାଇଭଉଣୀ ଏବଂ ସମସ୍ତ ସହଯୋଗୀଙ୍କ ସମ୍ମିଳିତ ପ୍ରୟାସର ଫଳ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ଜିଲ୍ଲାର ଗୌରବ ବୃଦ୍ଧି କରିବା ସହ ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି।
କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ।
