ଜୟ କିଶାନ ମଲ୍ଟିପର୍ପସ ସୋସାଇଟି ର ପ୍ରତିଷ୍ଠା ଉତ୍ସବ l
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ପୁରୁଣା ବଜାର ନିକଟ ରେ ଥିବା ଜୟ କିଶାନ ମଲ୍ଟିପର୍ପସ ସୋସାଇଟି ତାର ୧୬ ତମ ପ୍ରତିଷ୍ଠା ଦିବସ ଓ ଷଷ୍ଠ କୋ ଅପେରଟିଭ ପୁରସ୍କାର ଉତ୍ସବ ପାଳନ କରିଦେଇଛି l ଏହି ଉତ୍ସବଟି ସଭାପତି ଚଣ୍ଡୀ ପ୍ରସାଦ ସିଂହ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଡ଼ି. ଆର. ସି.ଏସ ଲଳିତ କୁମାର ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ, ବିଷ୍ଣୁ ପ୍ରିୟା ବଳ ଓ ଶଶୀ ଶେଖର ରଥ ପ୍ରମୁଖ ଯୋଗଦେଇ କୋ ଅପେରଟିଭ ସଂସ୍ଥାର ଲକ୍ଷ ଓ ସଞ୍ଚୟ ନିବେଶ ସମ୍ପର୍କ ରେ ବୁଝାଇଥିଲେ l ଅନ୍ୟ ରାଜ୍ୟରେ ସମବାୟ ସମିତି କିପରି ଜାତୀୟ କରଣ ବ୍ୟାଙ୍କ ଠାରୁ ଅଧିକ କାମ କରିପାରୁଛି ସେ ସମ୍ପର୍କ ରେ ବି କହିଥିଲେ l ସେହିପରି ଜୟ କିଷାନ ସୋସାଇଟି ଖୁବ କମ ଦିନରେ ତାର ଗ୍ରାହକ ମାନଙ୍କୁ ତ୍ୱରିତ ସେବା ପ୍ରଦାନ କରି ନିକଟତର ହୋଇପାରିଛି ଓ ଲୋକ ମାନଙ୍କୁ ରୋଜଗାର କ୍ଷମ କରିପାରିଛି ସେ ସମ୍ପର୍କରେ ସମସ୍ତେ ନିହାତି ଜାଣିବା ଦରକାର l ଏହି କାର୍ଯ୍ୟକ୍ରମ ରେ ନାରାୟଣ ଚନ୍ଦ୍ର ଗିରି ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ ସଭା ପରିଚାଳନା କାର୍ଯ୍ୟରେ କ୍ରିଷ୍ଣାନନ୍ଦପୁର ବ୍ରାଞ୍ଚ ମୁଖ୍ୟ ଲକ୍ଷ୍ମଣ କୁମାର ଦାସ, ମନୋଜ କୁମାର ସ୍ୱାଇଁ ଓ ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l ଏହି ଉତ୍ସବ ଶେଷରେ ୧୦୦ ରୁ ଉର୍ଦ୍ଧ ସଦଶ୍ୟ ଓ ୧୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ଅନ୍ୟାନ୍ୟ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଅଭିଜିତ ସିଂହ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥଲେ l
