*ବିଦ୍ୟାଳୟ ପାଇଁ ଗୌରବ : ଜିଲ୍ଲାସ୍ତରୀୟ “ଶିଶୁ ସୁରଭି” କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କଲେ ପାୟଲ ସାହୁ ।
______________
ସାରସକଣା,(୯.୧୧.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଖେର୍ଣ୍ଣl ସ୍ଥିତ ଈଶ୍ୱର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ପାୟଲ ସାହୁ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ “ସୁରଭି -୨୦୨୬”କାର୍ଯ୍ୟକ୍ରମରେ କନିଷ୍ଠ ବିଭାଗର କୁଇଜ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଅଞ୍ଚଳର ନାମ ଉଜ୍ଜ୍ୱଳ କରିପାରିଛନ୍ତି। ତାଙ୍କର ଏହି ଅସାଧାରଣ କୃତିତ୍ୱ ପାଇଁ ଆଜି ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୃତି ଛାତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଏବଂ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଛାତ୍ରୀଙ୍କ ଏହି ସଫଳତା ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି ଯେ କଠିନ ପରିଶ୍ରମ ଓ ନିଷ୍ଠା ଆଜି ତାଙ୍କୁ ଏହି ଗୌରବ ଆଣିଦେଇଛି, ଯାହା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଦାହରଣ ସାଜିବ। ଏହି ଖୁସି ମୁହୂର୍ତ୍ତରେ ସମଗ୍ର ବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
