ଅଲଣ୍ଡା ଗ୍ରାମ ପଞ୍ଚାୟତ ଠାରେ ୨୨ତମ ଗିରି ଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା।
ଅଲଣ୍ଡା ୯/୧୧ (ଝସକେତନ୍ ନାଗ ଙ୍କ ରିପୋର୍ଟ)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତରେ ୨୨ ତମ ଗିରି ଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ଶତାଧିକ ଲୋକ ଘଣ୍ଟ କୀର୍ତନ ଧରି ବଞ୍ଜୁପଦର ଟଙ୍ଗଜୋର କୁ ୫୧ ଟା କଳସ ଧରି ଯୁବତୀ ମାନେ ଗିରି ଗୋବର୍ଦ୍ଧନ ପୂଜା ପାଇଁ ଅଲଣ୍ଡା ଗିରି ଗୋବର୍ଧନ ମଣ୍ଡପକୁ ମୁଣ୍ଡରେ କଳସ ବୋହି ଆଣିଥିଲେ। ତେବେ କଳସ ଯାତ୍ରାରେ ରାଧା କୃଷ୍ଣକୁ ଜାଗା ଜାଗାରେ ଅଟକାଇ ପୂଜାପାଠ କରିଥିଲେ। ଆସନ୍ତା କାଲି ଅଲଣ୍ଡା ଗିରି ଗୋବର୍ଦ୍ଧନ ପୂଜା ମଣ୍ଡପ ଠାରେ ପାରମ୍ପରିକ ବାଡ଼ି ଖେଳ ଗୁରୁ ଶ୍ରୀ ତିଲମଣି ନାଗ ତାଙ୍କ ଟିମ୍ ସହ ଖେଳ ପ୍ରଦର୍ଶନ କରିବେ ଏବଂ ନାମ ସଂକୀର୍ତନ କାର୍ଯ୍ୟକ୍ରମ ସହିତ ଦଣ୍ଡନୁର୍ତ୍ୟ କାର୍ଯ୍ୟକ୍ରମ ମଧ୍ୟ ଲୋକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠିତ ହେବ
