ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସୁରଭି ଆୟୋଜିତ
(ଡା:ରମେଶ କୁମାର.ନି:ପ୍ର)
ଭବାନୀପାଟନା,୬.୧୧.୨୦୨୬:
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭବାନୀପାଟଣା ବିଧାୟକ ପ୍ରତିନିଧି ଇନ୍ଦ୍ରଜିତ୍ ମହାକୁଡ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ହେମସାଗର ମହାନନ୍ଦ, ତପିମଣି ଜାନି, ଜିଲ୍ଲା ଶ୍ରମ ଅଧିକାରୀ ସୋମ୍ୟରଞ୍ଜନ କର, ଭବାନୀପାଟଣା ବିଇଓ ଆଚାରୀ ଶବର, ଗୋଲାମୁଣ୍ଡା ବିଇଓ ରାଜେଶ ନାୟକ, ବିଏମ୍ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, କେସିଙ୍ଗା ହାଇସ୍କୁଲ ପ୍ରଧାନ ଶିକ୍ଷକ ହେମାନନ୍ଦ ବରିହା, ଜୁନାଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ୧୩ଟି ବ୍ଲକର ଛାତ୍ରଛାତ୍ରୀ ବକ୍ତୃତା, ବିତର୍କ, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ଓ ସିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରମୁଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
ମଞ୍ଚ ପରିଚାଳନା କରିଥିଲେ ସିଆରସିସି ଡିଲେଶ୍ୱର ରଣା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଦିପ୍ତିମୟୀ ସିଂ, ଶିକ୍ଷକ ନୀଳାଞ୍ଚଳ ପାନ, ଛାତ୍ରୀ ପ୍ରିୟା ରଣା ସଂଚାଳନ କରିଥିଲେ। ପୁରସ୍କାର ବିତରଣ ପର୍ବକୁ ଏବିଇଓ ସଞ୍ଜୀବ ପାଢ଼ୀ ଓ ଶିକ୍ଷକ ବିରଞ୍ଚି ନାରାୟଣ ମୁଣ୍ଡ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମ ପରିଚାଳନାରେ ଏବିଇଓ ସଞ୍ଜୀବ ପାଢ଼ୀ, ବିଶ୍ୱଜିତ୍ ବେହେରା, ପ୍ରଭାତ ସାହୁ, ସୌମେନ୍ଦ୍ର ପଟ୍ଟନାୟକ, କେ. ଲଳିତ ମୋହନ ତଥା ଆୟୋଜନ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଡିପିସି ଓ ଡିଇଓ ଅଫିସର୍ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
