ସେନା ନିଯୁକ୍ତି ରାଲିର ସଫଳ ଆୟୋଜନ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
କୋରାପୁଟ ୦୬.୧୧.୨୦୨୬-ସେନା ନିଯୁକ୍ତି ରାଲିର ସୁଚାରୁ ଓ ସଫଳ ଆୟୋଜନ ନିମନ୍ତେ ଆଜି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଯୁକ୍ତି ରାଲିର ସଫଳ ପରିଚାଳନା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ, ଯାତାୟାତ, ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, କୋରାପୁଟ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଉପେନ୍ଦ୍ର ଦୀପ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ନରେଶ ଜାନୀ, ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସାଇ ସ୍ୱରୂପ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରାଜେଶ କୁମାର ମାରାଣ୍ଡି ଏବଂ ଅଗ୍ନିଶମ ଅଧିକାରୀ ଶ୍ରୀ ରମେଶ ବେହେରା ଯୋଗଦେଇଥିଲେ। ସେହିପରି ଜୟପୁର R&B ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରିୟରଞ୍ଜନ ବେହେରା, PHD ବିଭାଗର ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ଏବଂ ଜୟପୁର ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀମତୀ ପୂଜା ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
ନିଯୁକ୍ତି ରାଲିରେ ଯୋଗଦେବାକୁ ଆସୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ସହ ରାଲିର ସୁଚାରୁ ପରିଚାଳନା ନିମନ୍ତେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଦାୟିତ୍ୱ ସମ୍ପାଦନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।. କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
