ଫିରିଙ୍ଗିଆ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଶ୍ରୀ କେଶବ ଦିଗାଲ ଙ୍କ ନାମାଙ୍କନ ଦାଖଲ
କନ୍ଧମାଳ :୦୬/୧୧/୨୦୨୬
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ
ରାଜ୍ୟବ୍ୟାପୀ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଫିରିଙ୍ଗିଆ ଅଞ୍ଚଳର ଯୁବନେତା ଶ୍ରୀ କେଶବ ଦିଗାଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଯୁବ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ଦଳୀୟ ସଂଗଠନରେ ଅଧିକ ସକ୍ରିୟ ଓ ସଂଗଠିତ କରିବା ଏହି ସାଂଗଠନିକ ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଫୁଲବାଣୀ ନିର୍ବାଚନମଣ୍ଡଳୀର ଯୁବପିଢ଼ିଙ୍କ ସମସ୍ୟା, ବେକାରୀ, ଶିକ୍ଷା, ନିଯୁକ୍ତି ଓ ଆଞ୍ଚଳିକ ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଯୁବସମାଜର ସ୍ୱରକୁ ସାଂଗଠନିକ ସ୍ତରରେ ଉପସ୍ଥାପନ କରିବା ତାଙ୍କର ଲକ୍ଷ୍ୟ ବୋଲି ଜଣାପଡ଼ିଛି।
ଫିରିଙ୍ଗିଆ ଅଞ୍ଚଳରୁ ଜଣେ ଯୁବନେତା ଭାବେ ଶ୍ରୀ ଦିଗାଲଙ୍କ ନାମାଙ୍କନ ଦାଖଲକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।ଯୁବଶକ୍ତିର ଏକତା, ସାଂଗଠନିକ ମଜଭୁତି ଏବଂ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଫିରିଙ୍ଗିଆ ଯୁବ କଂଗ୍ରେସକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟରେ ଶ୍ରୀ ଦିଗାଲ ସଭାପତି ପଦ ପାଇଁ ନିଜର ଦାବିଦାରୀ ଉପସ୍ଥାପନl କରିଛନ୍ତି।
