ଏମ୍ସ ପବ୍ଲିକ ସ୍କୁଲରେ ଗଣକବିଙ୍କ ଜୟନ୍ତୀ ସମାରୋହ
ସାଲେପୁର ଓଡ଼ିଶାର ପ୍ରଥିତଯଶା ସାରସ୍ୱତ ସାଧକ, ଗୀତିନାଟ୍ୟ ସମ୍ରାଟ,ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ବେଳେ, ମାହାଙ୍ଗା ସାରସ୍ୱତ ସେବାମଞ୍ଚ ପକ୍ଷରୁ ଏମ୍ସ ପବ୍ଲିକ ସ୍କୁଲ ଖନ୍ଦୋଳ ଠାରେ ଏହି ଜୟନ୍ତୀ ସମାରୋହ ଆୟୋଜିତ ହେବା ଦେଖିବାକୁ ମିଳିଥିଲା
ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଗଣ ହୃଦୟର କବି ଗଣକବିଙ୍କ ଯାତ୍ରା ନାଟକର ଲୋକପ୍ରିୟତା ଚିର ଜାଜୁଲ୍ୟମାନ ବୋଲି କହିଥିଲେ l
ଏହି ଉତ୍ସବକୁ ଏମ୍ସ ପବ୍ଲିକ ସ୍କୁଲ ପରିଚାଳନା ସମିତିର ଚେୟାରମ୍ୟାନ ରବୀନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ l
ଉତ୍ସବରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବୈଷ୍ଣବ ପାଣିଙ୍କ କାଳଜୟୀ ସାଧନା ତାଙ୍କୁ ଅମର କରିପାରିଛି ବୋଲି ମତ ବ୍ୟକ୍ତ କରିଥିଲେ l
ମୁଖ୍ୟ ବକ୍ତାଭାବେ ରସରାଜ ବୀର କିଶୋର ସ୍ୱାଇଁ ଗଣକବିଙ୍କ ସଂଘର୍ଷମୟ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ l
ସମ୍ମାନିତ ଅତିଥି ଭାବେ ଏମ୍ସ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ରଶ୍ମିରଂଜନ ଦାଶ ସେକ୍ସପିଅରଙ୍କ ଇଂରାଜୀ ନାଟକ ଏବଂ ଗଣକବିଙ୍କ ନାଟକର ତୁଳନାତ୍ମକ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ସମ୍ମାନିତ ବକ୍ତାଭାବେ ଏମ୍ସ ପବ୍ଲିକ ସ୍କୁଲର ପରିଚାଳକ ଶାରଦା ପ୍ରସାଦ ପଣ୍ଡା ଗଣକବିଙ୍କ ସାହିତ୍ୟରେ ଶିଶୁ ମନର ଭାବନା ପ୍ରତିଫଳିତ ବୋଲି କହିଥିଲେ l
ସାହିତ୍ୟିକ ରାଜକିଶୋର ମୁଣ୍ଡି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,ଶିକ୍ଷୟିତ୍ରୀ
ଆକାଂକ୍ଷା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ଉତ୍ସବରେ ସାମ୍ବାଦିକ ରମେଶ ଦାସ, ରବିନାରାୟଣ ଦାସ, ଦାମୋଦର ପରିଡା,ଗୋବିନ୍ଦ ଚନ୍ଦ୍ର ବେହୁରା,ଶିକ୍ଷୟିତ୍ରୀ ମମତା ବାରିକ, ରେଣୁବାଳା ମିଶ୍ର, ସ୍ମିତା ସାମଲ, ପ୍ରିୟଙ୍କା ସ୍ୱାଇଁ, ଚିନ୍ମୟୀ ମହାପାତ୍ର, ପ୍ରଦାୟିନୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ପରିଡା, ରୋଜାଲିନ ବାରିକ, କନକଲତା ମିଶ୍ର, ହୃଷିକେଶ ସ୍ୱାଇଁ, ଗାୟତ୍ରୀ ସେନାପତି,ଶରଣ୍ୟ ରଞ୍ଜନ, ଏବଂ ଶୁଭଦର୍ଶିନୀ ମିଶ୍ର ପ୍ରମୁଖ ଯୋଗଦେଇ ଗଣକବିଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l
ବିଦ୍ୟାଳୟର ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ପରିଚାଳନା ସମିତିର କର୍ମକର୍ତ୍ତା ଏବଂ ବହୁ ବୁଦ୍ଧିଜୀବୀ ଏହି ସାରସ୍ୱତ ଉତ୍ସବରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l
