*ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ MY Bharat ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ନଭେମ୍ବର ୬:
ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନାଗରିକ ଦାୟିତ୍ୱବୋଧ ଓ ମତଦାନ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ MY Bharat, ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ MY Bharat Youth Icon ଅଭିଷେକ ପଣ୍ଡା ଯୋଗଦେଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହ ‘Your Vote, Your Voice’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ମତଦାନ କେବଳ ଜଣେ ନାଗରିକଙ୍କ ଅଧିକାର ନୁହେଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ କର୍ତ୍ତବ୍ୟ ବୋଲି ସେ ଉଲ୍ଲେଖ କରିଥିଲେ। ଯୁବପିଢ଼ି ନିଜର ମତଦାନ ଅଧିକାର ସମ୍ପର୍କରେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।
ଏଥିସହିତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR), ଭୋଟର ପଞ୍ଜୀକରଣ, ଭୋଟର ପରିଚୟପତ୍ର ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରୀମାନଙ୍କୁ ସରଳ ଭାବରେ ବୁଝାଇଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଯୁବସମାଜର ସକ୍ରିୟ ଭାଗୀଦାରିର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା, MY Bharatର ବିପ୍ରବର ବେହେରା ଅତିଥି ଭାବେ ଯୋଗଦେଇ ଯୁବଶକ୍ତିର ସାମର୍ଥ୍ୟ, ସାମାଜିକ ଦାୟିତ୍ୱବୋଧ ଓ ଦେଶ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସ୍ମୃତିରଞ୍ଜନ ସାହୁ, ସୌମ୍ୟାଶ୍ରୀ ମିଶ୍ର, ଜ୍ଞାନରଞ୍ଜନ ନାଠୀ ଏବଂ ରୁନିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
