Slug- ବିଦ୍ୟାଳୟ ଛାତ୍ରଛାତ୍ରୀ ପୋକରା ଚାଉଳର ଭାତ ଖାଉଥିବା ଅଭିଯୋଗ , ତଦନ୍ତ କଲେ ସୋର ବିଧାୟକ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସ୍କୁଲ ଛାତ୍ରଛାତ୍ରୀ ଙ୍କ ଜୀବନ ସହ ଖେଳ ଖେଳୁଛି କି ଖାଦ୍ୟ ଯୋଗାଣ କାରୀ ସଂସ୍ଥା। କେବେ ହେବ ତଦନ୍ତ ନା ଯୋଗାଣ କାରୀ ସଂସ୍ଥା ଶିକ୍ଷକ ଏବଂ ବିଇଓ ଅଫିସ୍ କର୍ମଚାରୀ ଙ୍କ ମିଳି ଭଗତ ର ପରିଣାମ ଭୋଗିବେକି ଛାତ୍ର ଛାତ୍ରୀ। ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସାଲୁବାଲୁ ପୋକରା ଚାଉଳର ଭାତ। ଗୋଟିଏ କି ଦୁଇଦିନ ନୁହେଁ, ଦୀର୍ଘ ଛଅ ମାସ ଧରି ଏଭଳି ଚାଉଳ ରୋଷେଇ କରି ଖାଉଛନ୍ତି ପ୍ରାୟ ୧୩୦ ଛାତ୍ରଛାତ୍ରୀ। ବାଲେଶ୍ଵର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ୧ ନମ୍ବର ୱାର୍ଡ ବଡଖୁରି ସ୍ଥିତ ‘ପିଏମ୍ ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ରେ ମଧ୍ୟାହ୍ନ ଭୋଜନ ପାଇଁ ଅନୁପଯୁକ୍ତ କ୍ଵିଣ୍ଟାଲ କ୍ଵିଣ୍ଟାଲ ପୋକରା ଓ ଖରାପ ଚାଉଳ ଗଚ୍ଛିତ ଥିବା ଦେଖିବାକୁ ମିଳିଛି। ଚାଉଳ ବସ୍ତା ଉପରେ ପୋକ, ମୂଷା ନେଣ୍ଡି ପଡିଥିବା ବେଳେ ଛତୁ ଫୁଟିଲା ଭଳି ଦେଖାଯାଇଥିଲା। ଖୋଦ୍ ଶିକ୍ଷକଙ୍କ ସ୍ୱୀକାରୋକ୍ତି ଅନୁଯାୟୀ ଏହା ପ୍ରାୟ ୬ ମାସରୁ ବର୍ଷେ ତଳର ପୁରୁଣା ଷ୍ଟକ।
ଘଟଣା ଜାଣିବା ପରେ ବିଧାୟକ ମାଧବ ଧଡ଼ା ଅସନ୍ତୋଷ ପ୍ରକାଶ କରିବା ସହ ନିଜେ ସ୍କୁଲ ରେ ପହଞ୍ଚି ତଦନ୍ତ କରିବା ସହ ଜିଲ୍ଲାପାଳ ଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଅନ୍ୟପଟେ ଖବର ପାଇ ଏବିଇଓ ଘଟଣାସ୍ଥଳରେ ପହଞ୍ଚି ପୋକରା ଚାଉଳ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିଦ୍ୟାଳୟରେ ବର୍ତ୍ତମାନ ମଧ୍ୟ କୋଡିଏ କ୍ୱିଣ୍ଟାଲରୁ ଅଧିକ ପୋକରା ଚାଉଳ ଗଚ୍ଛିତ ରହିଛି। ଚାଉଳ ଯୋଗାଣ କରୁଥିବା ଏଜେନ୍ସିର ନାମ ପ୍ରକାଶ କରିବାକୁ ଶିକ୍ଷକ ଓ ଏବିଇଓ ମଧ୍ୟ ଅନିଚ୍ଛା ପ୍ରକାଶ କରିଥିବା ଅଭିଯୋଗ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି କି ଚାଉଳ ଯୋଗାଣ କରୁଥିବା ଏଜେନ୍ସି ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ? ନାଁ ଅର୍ଥ ବଳରେ ବଳିୟାନ ହେବ ଯୋଗାଣ କାରୀ ସଂସ୍ଥା। ଅନ୍ୟପକ୍ଷରେ ଦାବି ହେଉଛି କି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କୋମଳ ଛାତ୍ର ଛାତ୍ରୀ ଙ୍କ ଜୀବନ ସହ ଖେଳୁଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
