*ଗାଡ଼ି ଧକ୍କାରେ ଆହତ ମୂକ ପ୍ରାଣୀ: ଭ୍ରାମ୍ୟମାଣ ଟିମ୍ ଓ ସ୍ଥାନୀୟ ବାସୀଙ୍କ ମିଳିତ ପ୍ରୟାସରେ ଚିକିତ୍ସା।*
ନୂଆପଡା(ମିଖାଏଲ ନନ୍ଦ)
ତା:୩୧/୧୦.
ଗତ କାଲି ବିଳମ୍ବିତ ରାତ୍ରି ରେ ଏକ ଅଜଣା ଗାଡ଼ି ଧକ୍କାରେ ନିର୍ବାକ ପ୍ରାଣୀ ଗୁରୁତ୍ୱର ଆହାତ ହୋଇଥିଲା। ସ୍ଥାନୀୟ ସମାଜ ସେବୀ ସଞ୍ଜୟ ତିୱାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଯୋଗ ଯୋଗ କରିଥିଲେ। ପ୍ରାଣୀ ଚିକିତ୍ସା କେନ୍ଦ୍ର ଭ୍ରାମ୍ୟମାଣ ଦଳ ଆସି ଚିକିତ୍ସା ବେଳେ ସ୍ଥାନୀୟ ଅଞ୍ଚଳ ବାସୀ ମଧ୍ୟ ସହଯୋଗ କରିଥିଲେ। ନିର୍ବାକ ପ୍ରାଣୀ ଷଣ୍ଢ ସମ୍ମୁଖ ଗୋଡ଼ ବାମ ଖୁର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପ୍ରଚୁର ପରିମାଣ ରେ ରକ୍ତସ୍ରାବ ହେଉଥିଲା। ତୁରନ୍ତ ଚିକିତ୍ସା କରିଥିଲେ। ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ରେ ଏହି ଦୁର୍ଘଟଣା ହୋଇଥିଲା।
