**ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଖଡ଼ିଆଳ ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ) ତା:୩୧.୧୦.
ସୁରକ୍ଷିତ ଶୈଶବ ଅଭିଯାନ କାର୍ଯ୍ୟକ୍ରମ — ସ୍ଥାନୀୟ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ସ୍ତରୀୟ ଆଇନ ସହାୟତା କମିଟି ଆନୁକୂଲ୍ୟରେ ସୁରକ୍ଷିତ ଶୈଶବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସିଭିଲ ଜଜ୍ ସମୀକ୍ଷା ସା ଯୋଗଦେଇ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ ସମ୍ବନ୍ଧରେ ଛାତ୍ର ଛାତ୍ରୀ ଅବଗତ କରିଥିଲେ। ପେନାଲ ଓକିଲ ଅସିତ୍ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷିକା ରାଜଶ୍ରୀ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ନୀଳିମା ରାଣୀ ସାଗର ମଞ୍ଚାସୀନ ଥିବା ବେଳେ ଶିକ୍ଷକ ସାଗର ବାଗ, ଧନଞ୍ଜୟ ମଲ୍ଲିକ, ହେମସାଗର ଶବର, ନିରଞ୍ଜନ ବିଶ୍ୱାଳ,ପ୍ରତୀକ୍ଷା ରାଣୀ ମେହେର , ପୁନମ ମାଝୀ, ଭାନୁ ପ୍ରକାଶ ପାଣ୍ଡେ, ରିତେଶ ରଂଜନ ମେହେର , ସୌରଭ ଭୂଷଣ ପଣ୍ଡା, ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
