*ଢେଙ୍କାନାଳରେ ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ* । ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଆଜି ତା. ୨୬.୧୦.୨୦୨୬ ରିଖ ଠାରୁ ତା. ୦୧.୧୧.୨୦୨୬ରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଦୁର୍ନୀତି ନିବାରଣ ସଂପର୍କୀତ ଏକ ଶପଥ ପାଠ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚ଼ନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଉତ ଏହି ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଦୁର୍ନୀତି ନିବାରଣ ବିଭାଗ, ଢ଼େଙ୍କାନାଳ ଶାଖାର ଡ଼ି.ଏସ୍. ପି. ଶ୍ରୀମତୀ ଅନସୂୟା ସେନାପତି, ଇନସପେକ୍ଟର ଶ୍ରୀ ମୁକେଶ କୁମାର ବେହେରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ଶପଥ ପାଠ କରିଥିଲେ । ସୂଚ଼ନା ଯୋଗ୍ୟ ଯେ, ବ୍ଲକ୍, ସବ୍-ଡ଼ିଭିଜନ ଓ ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏହି ଶପଥ ପାଠ କରିଛନ୍ତି ।
