ସତସଙ୍ଗ ମନୋରଞ୍ଜନ କ୍ଳବ ପକ୍ଷରୁ ଲକ୍ଷ୍ମୀପୂଜା
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନାଗାର, କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମାରୁବିଲ ପଞ୍ଚାୟତ ର କମ୍ପୁଲେଇ ଗ୍ରାମର ସତସଙ୍ଗ ମନୋରଞ୍ଜନ କ୍ଲବ ପକ୍ଷରୁ ଧନଦାତ୍ରୀ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଛି l କ୍ଲବ ପକ୍ଷରୁ ସୁସଜ୍ଜିତ ମଣ୍ଡପରେ ମା ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ଯଥାବିଧି ପୂଜାର୍ଚନା ଆରମ୍ଭ ହୋଇଛି l କ୍ଲବ ର ସଦସ୍ୟମାନେ ବ୍ରତୀ ଭାବେ କାର୍ଯ୍ୟ ସଂପାଦନ କରୁଥିବା ବେଳେ ପଣ୍ଡିତଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ ହୋଇଛି l
