*ଖାଦ୍ୟ ହିରୋ ସମ୍ମାନରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ, ବିଭିନ୍ନ ମହଲ ରୁ ଶୁଭେଚ୍ଛା*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୬/୧୦/୨୬
ପାରମ୍ପାରିକ ଖାଦ୍ୟ ପ୍ରଣାଳୀ ର ବହୁଳ ପ୍ରଚାର, ପ୍ରସାର ସାଙ୍ଗକୁ ପାରମ୍ପରିକ କୃଷି ସହ ଉଦ୍ୟାନ କୃଷିର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ମାୟାଧର ସରାଫଙ୍କୁ ଖାଦ୍ୟ ହିରୋ ସମ୍ମାନରେ ସମ୍ମାନୀତ କରାଯାଇଛି l ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଖରାମାଲ ଗାଁରେ ବିଶ୍ଵ ଖାଦ୍ୟ ଦିବସ ପାଳନ ଅବସରରେ ଅହିଂସା କ୍ଲବ ବରଗଡ଼ ତରଫରୁ ଏହି ସମ୍ମାନ ପ୍ରଦାନ କରା ଯାଇଥିଲା l ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ପଦ୍ମଶ୍ରୀ ହଳଧର ନାଗ, ଅହିଂସା କ୍ଲବ ବରଗଡ଼ର ସମ୍ପାଦକ ଶିବ ପ୍ରସାଦ ସାହୁ ଏହି ସମ୍ମାନ ସହ ମାନପତ୍ର ପ୍ରଦାନ କରିଥିଲେ । ବିଭିନ୍ନ। ମହଲ ରୁ ସାଧୁବାଦ ଦେଇଥିଲେ।
