*ନୂଆପଡ଼ା ଜଙ୍ଗଲରେ ବସବାସ କରୁଥିବା ପହରିଆ ଜନଜାତିଙ୍କ ଅସ୍ତିତ୍ୱ ଏବଂ ଅଧିକାର ଲଢ଼େଇ: ଓଡ଼ିଶାରେ ଆଦିବାସୀ ମାନ୍ୟତା ନଚେତ୍ ଛତିଶଗଡ଼କୁ ସାମିଲ୍ ଦାବି*।
ନୂଆପଡା( ମିଖାଏଲ ନନ୍ଦ)
ତା:୧୭/୧୦/୨୬
ନୂଆପଡ଼ା ଜିଲ୍ଲା ର ବାନ ପାହାଡ ଘେରା ରେ ବନବାସୀ ଓ ଆଦିମ ଜନଜାତି ପହରିଆ ବସବାସ କରନ୍ତି। ପହରିଆଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଥା ପୂର୍ବମ ତଥା ପରମ। ଜଙ୍ଗଲ ଉପରେ ପୂର୍ଣ୍ଣ ମାତ୍ରାରେ ନିର୍ଭରଶୀଳ । ଜଙ୍ଗଳ ରୁ ବାଉଁଶ ସଂଗ୍ରହ କରି ବାଉଁଶ କୁ ଖଣ୍ଡ ଖଣ୍ଡ କରି ପାତିଆ ବନାଇଥାନ୍ତି।ପାତିଆ ରୁ ବାଉଁଶ ରେ ଅନେକ ପାତ୍ର, ଗୃହ କରଣୀ ସାମଗ୍ରୀ ତିଆରି କରିଥାନ୍ତି। ଏହି ପହରିଆ ସର୍ବ ପ୍ରାଚୀନ କ୍ଷୁଦ୍ର ଶିଳ୍ପୀ ରୂପେ ତାଙ୍କ ବାଉଁଶ କାମ କରିଥାନ୍ତି। ମାନ୍ୟତା ଅଭାବ ରୁ କାରିଗର ଭତ୍ତା ରୁ ମଧ୍ୟ ବଞ୍ଚିତ। ବିଶେଷ କରି ଜମି ଚାଷ କରନ୍ତି ନାହିଁ। ପୂର୍ଣ୍ଣ ମାତ୍ରାରେ ଜଙ୍ଗଳ ଉପରେ ନିର୍ଭରଶୀଳ। ବର୍ତ୍ତମାନ ପହରିଆ ମାନେ ମଧ୍ୟ ଯୁଗ ଉପଯୋଗୀ ହୋଇ ବର୍ତ୍ତମାନ ଦାଦନ ଶ୍ରମିକ ରୂପେ ନିୟୋଜିତ ହୋଇ ରାଜ୍ୟ ବାହାରକୁ ପଳାୟନ କରୁଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ ସୀମା ର ଆର ପେଟ ଗୋଟିଏ ନିୟମ ଏବଂ ଏ ପଟେ ଗୋଟିଏ ନିୟମ। ଗୋଟିଏ ଜନଜାତି ବୋଲି ତାଙ୍କ ଝିଅ ଦିଆ ନିଆ ଚାଲୁଅଛି। ଏଠିକାର ଝିଅ ସେପଟେ ବିବାହ ହୋଇ ଆଦିବାସୀ ହେଉଥିବା ବେଳେ ଓଡ଼ିଶାରେ ସେମାନେ ପଛୁଆ ବର୍ଗ। ସେହି ଛତିଶଗଡ଼ ରାଜ୍ୟର ପହରିଆ ଝିଅ ଓଡ଼ିଶାରେ ବିବାହ ହେଲେ ପଛୁଆ ବର୍ଗ ରେ ଅନ୍ତର୍ଭୁକ୍ତ ହୋଇଥାଏ। ଓଡ଼ିଶା ର ନୂଆପଡ଼ା ଜିଲ୍ଲା ରେ ପହରିଆ ଜନଜାତି ଙ୍କ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଉଅଛି। ଜମି ନାହିଁ, ଘର ଡିହ ପଟ୍ଟା ନାହିଁ, ଆଦିବାସୀ ଙ୍କୁ ଦିଆଯାଉଥିବା ସୁବିଧାରୁ ବଞ୍ଚିତ। ଭାଷା ଗେଟ ତ୍ରୁଟି କାରଣ ରୁ ତାଙ୍କ ସମସ୍ୟା। ଦୀର୍ଘ ଦଶନ୍ଧି। ବିତିଯାଇଥିଲେ ମଧ୍ୟ ପାହାଡ଼ିଆ ବା ପହରିଆ ଅବସ୍ଥା ଅତି ଦୟନୀୟ ଅଟେ।
