ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଶ୍ରୀ ସୋମନାଥ ରଥ ଙ୍କ ପ୍ରତିମୂର୍ତ୍ତି ଅନାବରଣ।
ଭଞ୍ଜନଗର -୧୪/୧୦ (ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡ ପାର୍ଶ୍ଵ ସ୍ଥାନୀୟ ଜେଲ୍ ପଡ଼ିୟା ତଥା ଉପଖଣ୍ଡ ଷ୍ଟାଡିୟମ୍ ଠାରେ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ପୂର୍ବତନ ମନ୍ତ୍ରୀ, ବାଚସ୍ପତି , ସାଂସଦ ସ୍ବର୍ଗତ ଶ୍ରୀ ସୋମନାଥ ରଥ ଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ସୋମନାଥ ରଥ ସ୍ମୃତି କମିଟି ତରଫରୁ ସ୍ମୃତି ମଣ୍ଡପ ରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଜୟ କୁମାର ରଥ (RAU.NIT. RTD .PROFESSOR )ଏବଂ ଶ୍ରୀଯୁକ୍ତ ବିନୟ କୁମାର ରଥ (ଓକିଲ), ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଭାପତି ଶ୍ରୀଯୁକ୍ତ A. ବିଷ୍ଣୁ ପ୍ରସାଦ ଙ୍କ ସହ ମୂଖ୍ୟ ପରିଚାଳକ ଓ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥ (ବବି ରଥ) ଙ୍କ ଉପସ୍ଥିତି ରେ ମୂଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଙ୍କ ସହଯୋଗ ରେ ସ୍ଥାନୀୟ ସୋମନାଥ ପ୍ରେମୀ ଏବଂ ଅଞ୍ଚଳ/ଅଞ୍ଚଳ ବାହାରୁ ବହୁ ଜନସାଧାରଣ ଙ୍କ ଦିବ୍ୟ ଉପସ୍ଥିତି ରେ ଏକ ନିରାଡ଼ମ୍ବର ଉତ୍ସବରେ ଭବ୍ୟ ସ୍ଵାଗତ ସହ ପୂଜ୍ୟ ପୂଜା ତଥା ଶ୍ରାଦ୍ଧ ଦିବସ କୁ ଭଞ୍ଜନଗର ଘୁମୁସର ଅଞ୍ଚଳ କୁହାଯାଉଥିବା ଭାବି ଜିଲ୍ଲା ରେ ଏକ ମହାନ କାର୍ଯ୍ୟକ୍ରମ ଯାହାକି ବହୁତ୍ ବର୍ଷ ଅପେକ୍ଷା ର ଅନ୍ତ ତଥା ଅବସାନ ଘଟି ବା ସହ ପୁଣି ନୂଆଁ ଇତିହାସ ର ସ୍ୱର୍ଣୀମ ଅଧ୍ୟାୟ ରେ ସ୍ଥାନ ପାଇଲା ସେହି ନାମ ସହ ଯୁବ ନେତୃତ୍ଵ ବିଷ୍ଣୁ ପ୍ରସାଦ ଙ୍କ ସହ ବବି ରଥ ଙ୍କ ନାମ। କିଛି ବିଶିଷ୍ଟ ଏବଂ ବରିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇ ଥିଲା ଅତିଥି ଙ୍କ ଦ୍ଵାରା। ସାମ୍ୱାଦିକ ସମ୍ମିଳନୀ କରାଯିବା ସହ ପ୍ରସାଦ ସେବନ କରି ସନ୍ଧ୍ୟା ସମୟ ରେ ଫୁଟବଲ ସହିତ କ୍ରିକେଟ ମ୍ୟାଚ୍ ଆୟୋଜନ କରି ଦିନତମାମ କାର୍ଯ୍ୟକ୍ରମ କୁ ବିଶ୍ରାମ ସହ ଆଗାମୀ କାର୍ଯ୍ୟକ୍ରମ ରେ କିଭଳି ଅଞ୍ଚଳ ର ବିକାଶ ସହ ସୋମନାଥ ରଥ ସ୍ମୃତି କମିଟି କଣ କରିବ ତାହାର ସମସ୍ତ କାର୍ଯ୍ୟକ୍ରମ କୁ ଉପସ୍ଥାପନ ସହ ସମଗ୍ର ଅଞ୍ଚଳ ପାଇଁ ଶ୍ରଦ୍ଧା ସାଉଁଟି ଥିଲା।
