ବୋବରିଆରେ ମା ଲଙ୍କେଶ୍ଵରୀ ବାର୍ଷିକ ଦଶହରା ପର୍ବ ଅନୁଷ୍ଠିତ ହୋଇଥିଲା। Anchor, କୋକସରା ( କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ କଖବ କାଗଜ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଅନ୍ତର୍ଗତ ବୋବରିଆ ଗ୍ରାମର ଶ୍ରଦ୍ଧା ଭକ୍ତି ଓ ପାରମ୍ପରିକ ରୀତିନୀତି ମଧ୍ୟରେ ବାର୍ଷିକ ଦଶହରା ପର୍ବ ମହାଆଡମ୍ବରରେ ପାଳିତ ହୋଇଯାଇଥିଲା । ଗ୍ରାମର ଆରାଧ୍ୟ ଦେବୀ ମା ଲଙ୍କେଶ୍ଵରୀ ଙ୍କ ପୂଜାର୍ଚ୍ଚନା ପାଇଁ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବେଳେ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ ବୋବରିଆ ଗ୍ରାମରେ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ର ପ୍ରଥମ ମଙ୍ଗଳବାର ଦିନ ଦଶହରା ପର୍ବ ପାଳନ କରାଯାଉଛି ଏହି ପରମ୍ପରା ଯୋଗୁଁ ଅଞ୍ଚଳର ଦଶହରା ପର୍ବର ଶୁଭାରମ୍ଭ ହେଉଥିବା ବିଶ୍ୱାସ ରହିଛି। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ଗ୍ରାମବାସୀଙ୍କ ଆସ୍ଥା, ବିଶ୍ଵାସ ଓ ପରମ୍ପରାକୁ ଏକ ଅନନ୍ୟ ପ୍ରତିଭା। ଉତ୍ସବ ଅବସରରେ ମା ଲଙ୍କେଶ୍ଵରୀ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ରକ୍ତ ଭୋଗ ଭୋଦା ନଡ଼ିଆ ଅର୍ପଣ କରାଇଥିଲା ବେଳେ ମା କାଳିବାଉରୀ ଶୁକ୍ଳ ଭୋଗ ଅର୍ପଣ କରାଯାଇଥିଲା।ଏଥିସହ ବୁଢ଼ାରଜା ମା ଠାକୁରାଣୀ ମାନପୁରାଣି ଭୌରଭ ପ୍ରେଟାଣୀ ଦେବୀ ଙ୍କୁ ପାରମ୍ପାରିକ ବିଧିବିଧାନ ଅନୁସାରେ ପୂଜା କରାଯାଇଥାଏ ଥିଲା । ଦେବାଦେବୀଙ୍କ ଆଶୀର୍ବାଦ ରେ ଗ୍ରାମରେ ସୁଖ ଶାନ୍ତି ଓ ସମୃଦ୍ଧି ଅବ୍ୟହତ ରହିବା ସହ ସମସ୍ତ ଙ୍କ ମଙ୍ଗଳହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଥିଲେ। ଗ୍ରାମର ଦେବାଦେବୀଙ୍କ ମୁଖ୍ୟ ସେବକ ରୋହିତ କୁମାର ମାଝୀ ପୂଜାରୀ ଙ୍କ ନେତୃତ୍ୱରେ ପୂଜାବିଧି ସମ୍ପନ୍ନ ହୋଇଥିବା ବେଳେ ଭୋଳାନାଥ ମାଝୀ କାଳି ବାଉରୀ ଶିରା ହରି ମାଝୀ ମାନପୁରାଣି ଶିରା ବିଶ୍ୱମ୍ବର ମାଝୀ ତେଲେଙ୍ଗା ଶିରା ରଜନୀକାନ୍ତ ମାଝୀ ମାନପୁରାଣି ସହଯୋଗ କରିଥିଲେ। ଅନ୍ୟପକ୍ଷରେ, ଗ୍ରାମର ଝିଅମାନେ ପାରମ୍ପରିକ ଜନ୍ନି ଓଷା ପାଳନ କରୁଥିଲେ। ରାତିରେ ଆୟୋଜିତ ନାଟକ କାର୍ଯ୍ୟକ୍ରମ ପର୍ବର ଆକର୍ଷକ ବଢ଼ାଇଥିଲେ। ଦଶହରା ପର୍ବର ସୁପରିଚାଳନା ପାଇଁ ଗଠିତ କମିଟିର ସଦସ୍ୟ ଗ୍ରାମବାସୀ ଉତ୍ସାହିତ ସହ ସାମିଲ ହୋଇଥିଲେ।
