*ଆଦିମ ଜନଜାତିଙ୍କ ପରମ୍ପରାରୁ ଆଦିଶକ୍ତିଙ୍କ ଉପାସନା: ମା’ ସୁନଦେଇଙ୍କ ଯାତ୍ରା ପାଇଁ ପ୍ରସ୍ତୁତି, ଅଖଣ୍ଡ ଜ୍ୟୋତି ସହ ୧୫ ଦିନିଆ ସ୍ୱତନ୍ତ୍ର ପୂଜା ଆରମ୍ଭ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୧୦.
ମାଁ ସୁନଦେଇ ଙ୍କ ପବିତ୍ର ଦଶହରା ପର୍ବ ପାଳନ ହେଉଥିବା ବେଳେ ସୁନାବେଡା ଅଭୟାରଣ୍ୟ ରେ ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆ ବସବାସ କରନ୍ତି। ଆଦିମ ଜନଜାତିଙ୍କ ଅଧିଷ୍ଠାତ୍ରୀ ଦେବୀ ସୁନାଦେଇ ଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପର୍ବ ପାଳନ ନେଇ ସମସ୍ତେ ଏକତ୍ର ହୋଇ ନିଷ୍ପତ୍ତି ନେଇଥାନ୍ତି। ୨୪ ଗୋଟି ଗ୍ରାମରେ ବସବାସ କରୁଥିବା ଚାକୋଟିଆ ଭୁଞ୍ଜିଆ ଆଦିବାସୀ ସମ୍ବିଲିତ ହୋଇ ସୁନଦେଇ ଯାତ୍ରା ପାଳନ ପ୍ରସ୍ତୁତି କରିଥାନ୍ତି।ଅମାବାସ୍ୟା ଦିନ ମାଁ ଙ୍କ ଠାରେ ଅଖଣ୍ଡ ଜ୍ୟୋତି ଜାଳି ୧୫ ଦିନ ଧରି ଅଖଣ୍ଡ ଜ୍ୟୋତି ଜଳୁଥାଏ। ସେହି ପରି କୁମାର ପୂର୍ଣ୍ଣିମା ଦିନ ସିନଦେଇଙ୍କ ଯାତ୍ରା ଆରମ୍ଭ ହୋଇଥାଏ। ପୀଠସ୍ଥଳୀ ରୁ ଛତର ଦେହରେ ବିରାଜମାନ ହୋଇ ଲୀଙ୍ଗଭାଟା ପର୍ଯ୍ୟନ୍ତ ଯାଇଥାନ୍ତି। ସେଠାରେ ଆରମ୍ଭ ହୁଏ ବାର୍ଷିକ ହିସାବ ନିକାଶ। ଦେବୀଙ୍କ ଠାରେ ମାନ ଅଭିମାନ, କରି ନିଜ ଅଭିଯୋଗ ଦୁଃଖ ଜଣାଇଥାନ୍ତି। ପରେ ଛତର ସୁନାବେଡ଼ା ନଗର ପରିକ୍ରମା କରିଥାଏ।
