*ବେଲଟୁକରି ଥାନା ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ: ଶାନ୍ତି ଓ ଶୃଙ୍ଖଳା ସହ ଦଶହରା ପାଳନ ପାଇଁ ଆହ୍ୱାନ।*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୧୩/୧୦
ନୂଆପଡ଼ା ଜିଲ୍ଲା ବେଲଟୁକରି ଥାନା ପକ୍ଷରୁ ଆଗାମୀ ପବିତ୍ର ଦଶହରା ପର୍ବକୁ ଶାନ୍ତି ଏବଂ ଶୃଙ୍ଖଳା ସହ ପାଳନ କରିବା ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି ବୈଠକରେ ଆଗାମୀ ଦଶହରା ପୂଜାକୁ କିପରି ଅତ୍ୟନ୍ତ ହର୍ଷୋଲ୍ଲାସ ଏବଂ ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯିବ, ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପୂଜା ସମୟରେ ସାମାଜିକ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ପ୍ରଶାସନ ପକ୍ଷରୁ କମିଟିର ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ବିଶେଷ ଆହ୍ୱାନ କରାଯାଇଛି।
ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ପୂଜା କମିଟିର କର୍ମକର୍ତ୍ତା ଏବଂ ପୁଲିସ ପ୍ରଶାସନର ଅଧିକାରୀମାନେୋ ଯୋଗଦେଇ ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
