*ଖଡ଼ିଆଳ ସ୍ୱୟଂ ଶାସିତ କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା, ନିର୍ବାଚନ ମିଦାନ ରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ।*
ନୂଆପଡା(ମିଖାଏଲ ନନ୍ଦ)
ତା::୧୦.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇଅଛି। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ଥିବା ବେଳେ ଜଣେ ମଧ୍ୟ ପ୍ରାର୍ଥୀ ତାଙ୍କ ପ୍ରାର୍ଥିତ୍ଵ ପ୍ରତ୍ୟାହାର କରି ନାହାନ୍ତି। ସଭାପତି ପାଇଁ ତିନି ଜଣ ପ୍ରାର୍ଥୀ, ସାଧାରଣ ସମ୍ପାଦକ ଦୁଇଜଣ ଉପ ସଭାପତି ପାଇଁ ଦୁଇ ଜଣ ଏବଂ ସହକାରୀ ସାଧାରଣ ସମ୍ପାଦକ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ। *ସଭାପତି* ରୂପେ ମଣ୍ଡୁ ମାଝୀ, ପରୀ ଟଣ୍ଡନ, ୟଶ କୁମାର ଦଣ୍ଡସେନା ପ୍ରତିଦ୍ୱନ୍ଦିତା କରିବେ। *ଉପ ସଭାପତି* ରୂପେ ଆଶିଷ କୁମାର ନାଏକ, ପ୍ରତିଭା ଦୁବେ, *ସାଧାରଣ ସମ୍ପାଦକ* ଲିସା ସରାଫ ମୃତ୍ୟୁଞ୍ଜୟ ବାରିକ, ସହକାରୀ ସାଧାରଣ ସମ୍ପାଦକ ରୂପେ ହରେକୃଷ୍ଣ ମାଝୀ, ତେଜସ୍ଵୀନି ପାଣିଗ୍ରାହୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।
