*slug – ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ*
Place ରଣପୁର, date୧୦/୧୦/୨୦୨୬
Anchor – ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ **ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୬ ଅବସରରେ ରଣପୁର ମେଡିକାଲ ପରିସରରେ ଏକ ଆଇନ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସକାଳ ଏଗାର ଘଣ୍ଟିକା ସମୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଲୁକ ଲିଗାଲ ସର୍ଭିସ କମିଟି ର ସଚିବ ଶ୍ରୀ ଶ୍ରିଦିପ୍ ମିଶ୍ର ଶୁଭାରମ୍ଭ କରିଥିଲେ।
ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଅନୁଭୂତି ଥିବା ବ୍ୟକ୍ତିମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଅନୁଭୂତିକୁ ମାନସିକ ସ୍ୱାସ୍ଥ୍ୟ ନୀତି, ସେବା ଓ ନିଷ୍ପତ୍ତି ଗ୍ରହଣରେ ଗୁରୁତ୍ୱ ଦେବା ଉପରେ ଏହି ବର୍ଷ ଗୁରୁତ୍ୱ ଦିଆଯାଇଛି।
କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ ଚାପ, ଅବସାଦ, ଚିନ୍ତା ଓ ଅନ୍ୟାନ୍ୟ ମାନସିକ ସମସ୍ୟା ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା। ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମାଜରେ ଥିବା ଭ୍ରାନ୍ତ ଧାରଣା ଓ ଅପବାଦକୁ ଦୂର କରିବା ସହ ଆବଶ୍ୟକ ସମୟରେ ଯୋଗ୍ୟ ଡାକ୍ତର ଓ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହି ଅବସରରେ ଆଇନଜୀବୀଙ୍କ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ **ମାନବ ଅଧିକାର, ଆଇନଗତ ସୁରକ୍ଷା, ମର୍ଯ୍ୟାଦା ଓ ଭେଦଭାବରୁ ସୁରକ୍ଷା* ସମ୍ପର୍କରେ ମଧ୍ୟ ଆଇନ ସଚେତନତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ତାଲୁକ୍ ଆଇନ୍ ସେବା କମିଟିର ପ୍ରତିନିଧି, ପ୍ୟାନେଲ୍ ଆଇନଜୀବୀ, ଯଥା ଶ୍ରୀ ସୁବାଷ ଚନ୍ଦ୍ର ଜେନା, ପ୍ରିୟବ୍ରତ ପ୍ରହରାଜ, କୃପାସିନ୍ଧୁ ବେହେରା ଓ ସୁଦର୍ଶନ ମାନସିଂହ, ପାରାଲିଗାଲ୍ ଭଲ୍ୟୁଣ୍ଟିୟର୍ସ ଆଶାକର୍ମୀ, ମେଡିକାଲ୍ ଆସୋସିଏଟ୍ ଷ୍ଟାଫ୍ , ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।
