ଶତାୟୁ କାଳଶୀ ବାଞ୍ଛାନିଧି ରଣାଙ୍କ ଦେହାନ୍ତ।
ବୁଗୁଡ଼ା -୧୦/୧୦ (ପ୍ରଫୁଲ୍ଲ କୁମାର ମହାରଣା )
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପାଙ୍ଗିଡି ନିକଟସ୍ଥ ଘୁ. ପଙ୍କଳବାଡି ଗ୍ରାମରେ ଥିବା ମା’ କାଳୀଙ୍କ ମନ୍ଦିରର ମୁଖ୍ୟ ପୂଜକ ବା କାଳଶୀ ଏକ ଶହ ଦୁଇ ବର୍ଷ ବୟସ୍କ ବାଞ୍ଛାନିଧି ରଣାଙ୍କ ଦେହାନ୍ତ ଗତ ଅକ୍ଟୋବର ସାତ ତାରିଖରେ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ସାଧକ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଥିଲେ। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଏହି ପରି ଜଣେ ଉତ୍ତମ ସ୍ୱଭାବର ଶତାୟୁ କାଳଶୀଙ୍କ ଦେହାନ୍ତ ହେତୁ ଘୁମୁସର ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ଜନସାଧାରଣ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଗଭୀର ଶୋକ ପ୍ରକାଶ କରିଥିବା ଜଣାପଡ଼ିଛି।
