*ଶୁକ୍ଲିମୁଣ୍ଡି ବିଦ୍ୟାଳୟ ପରିସରରେ ଠିକପାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୧୦
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ
ଠିକପାଲି ପଞ୍ଚାୟତ ଅନ୍ତର୍ଗତ ଶୁକ୍ଲିମୁଣ୍ଡି ବିଦ୍ୟାଳୟ ପରିସରରେ ଠିକପାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଠିକପାଲି କ୍ଲଷ୍ଟରର ସିଆରସିସି ଦିଲୀପ କୁମାର ଶବର ଅଧ୍ୟକ୍ଷତା କରିଥିବାବେଳେ ବୋଡ଼େନ ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଲଖନା ସିଆରସିସି ସହଦେବ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଇସାକ ମହାନନ୍ଦ, ଭୀମସେନ ଶବର , ଅଲିଭା ସିଂ ବରିହା, କୁହୁ ବାଗ, ମନୋହର ସୁନାନୀ ଓ ଅଭୟରଞ୍ଜନ ପାଢ଼ୀ ଅତିଥି ଭାବେ ଯୋଗଦେଇଥିଲେ।
ମହୋତ୍ସବରେ ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥିମାନେ ଶିକ୍ଷା ସହିତ ସାଂସ୍କୃତିକ କାର୍ଯ୍ୟକଳାପର ଗୁରୁତ୍ଵ ଉପରେ ମତ ରଖିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ପୁରୋହିତ ସୁନାନୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶୁକ୍ଲିମୁଣ୍ଡି ବିଦ୍ୟାଳୟର ଅତିରିକ୍ତ ପ୍ରଧାନଶିକ୍ଷକ ଖେମ ଦାସଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
