ଉଦଳା ହସ୍ପିଟାଲ ଆମ୍ବୁଲାନ୍ସ ବିସ୍ଫୋରଣ ଘଟଣାରେ ୪ ଲକ୍ଷ ଟଙ୍କାର ସହାୟତା
ଉଦଳା(୧୦/୧୦): ମୟୂରଭଞ୍ଜ ଜିଲ୍ଲା ଉଦଳା ହସ୍ପିଟାଲରେ ଘଟିଥିବା ଆମ୍ବୁଲାନ୍ସ ବିସ୍ଫୋରଣ ଘଟଣାରେ ମୃତ ରୋଗୀ ସୁଯଶ ବାରିକଙ୍କ ପରିବାରକୁ ମିଳିଛି ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା। ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଅଞ୍ଚଳର ସୁଯଶ ବାରିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ଶନିବାର ଉଦଳା ବିଧାୟକ ଭାସ୍କର ମଢେଇ ମୃତକଙ୍କ ବାପା ଓ ମାଆଙ୍କୁ ଏହି ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ଏହି ଦୁଃଖଦ ଘଟଣାରେ ପରିବାର ଜଣେ ସଦସ୍ୟଙ୍କୁ ହରାଇ ଗଭୀର ଶୋକରେ ରହିଛି। ସରକାରଙ୍କ ଏହି ଆର୍ଥିକ ସହାୟତା ପରିବାରକୁ କିଛିଟା ସମ୍ବଳ ଯୋଗାଇବ ବୋଲି ଆଶା କରାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
