*ନୂଆପଡ଼ା ଜିଲ୍ଲା ଧରାବନ୍ଧ ଥାନା ପକ୍ଷରୁ ବେଆଇନ ମଦ ନଷ୍ଟ*।
ନୂଆପଡା (ମିଖାଏଲ ନନ୍ଦ)
ତା -୧୦/୧୦
ନୂଆପଡ଼ା ଜିଲ୍ଲା ଧରାବନ୍ଧ ଥାନା ଅନ୍ତର୍ଗତ ଅଞ୍ଚଳରେ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଅଭିଯାନ କରାଯାଇ ବେଆଇନ ମଦ ନଷ୍ଟ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ଅବକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ବେଆଇନ ବିଦେଶୀ ଏବଂ ଦେଶୀ ମଦଗୁଡ଼ିକୁ ନଷ୍ଟ କରାଯାଇଛି।
ନଷ୍ଟ ହୋଇଥିବା ମୋଟ ଲଟ୍: ୪୫ଟି
ମୋଟ ପରିମାଣ: ୫୮୪ ଲିଟର ୯୨୦ ମିଲିଲିଟର। ଏହି ନଷ୍ଟ କାର୍ଯ୍ୟକ୍ରମ ରେ ଉପସ୍ଥିତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ଅବକାରୀ କର୍ମଚାରୀ ମାନେ।
ଜନସାଧାରଣଙ୍କ ସୁରକ୍ଷା ଏବଂ ବେଆଇନ ମଦ କାରବାର ବିରୁଦ୍ଧରେ ନୂଆପଡ଼ା ପୁଲିସର ଏହି କଠିନ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରକାଶ ପାଇଛି।
